ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
“ପଶ୍ଚିମ ବଙ୍ଗ ରାଜ୍ୟ ରେ ସମାଜ ଏବେ ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ମହିଳା , ଝିଅ ଓ ଶିଶୁମାନେ ସୁରକ୍ଷିତ ନୁହଁନ୍ତି,” ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଦୁର୍ଗାପୁର ବେ ସରକାରୀ ମେଡିକାଲ କଲେଜ ରେ ଓଡ଼ିଆ ଛାତ୍ରୀ ଙ୍କ ଦୁଷ୍କର୍ମ ମାମଲାକୁ ଉଲ୍ଲେଖ କରି ଏମିତି କହିଛନ୍ତି। ରାଜଭବନରେ ଏକ ପୁସ୍ତକ ପ୍ରକାଶନ ସମାରୋହ ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଦୁର୍ଗାପୁରର ବେସରକାରି ମେଡିକାଲ କଲେଜର ଓଡ଼ିଆ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣା ଜଣାପଡ଼ିବା ମାତ୍ରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ କହିଥିଲା ଯେ ଏହି ଘଟଣାରେ କାହାକୁ ଛଡାଯିବ ନାହିଁ। ଘଟଣାରେ ସମ୍ପୃକ୍ତି ପାଇଁ ଛଅ ଜଣଙ୍କୁ ଗିରଫ କରାଯାଇସାରିଛି। ରାଜ୍ୟପାଳ ସି. ଭି. ଆନନ୍ଦ ବୋଷ ନିଜେ ଦୁର୍ଗାପୁରରେ ପହଞ୍ଚିଥିଲେ।
ଶିବି ଆନନ୍ଦ ବୋଷ କହିଛନ୍ତି ଯେ ସବୁକିଛି ଯାଞ୍ଚ କରିବା ପରେ ତାଙ୍କର (ରାଜ୍ୟପାଳ) ରିପୋର୍ଟ ଦିଲ୍ଲୀ ପଠାଯାଇଛି ଦରକାର ପଡ଼ିଲେ ରାଷ୍ଟ୍ରପତି ଙ୍କୁ ରିପୋର୍ଟ ଦେବୀ ଦୁର୍ଗା ପୁର ଘଟଣା କୁ ନେଇ
ଆଜି ପଶ୍ଚିମ ବଙ୍ଗ ରାଜଭବନରେ ଏକ ପୁସ୍ତକ ଉନ୍ମୋଚନ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି, “ମୁଁ ନିଜେ ପୀଡିତା ଏବଂ ତାଙ୍କ ପରିବାର ସହିତ କଥା ହୋଇଛି। ମୁଁ ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଛି। ମୁଁ ସମଗ୍ର ଘଟଣାର ନିଜସ୍ୱ ମୂଲ୍ୟାଙ୍କନ କରିଛି – କେଉଁ ପ୍ରତିକାର ନିଆଯିବା ଉଚିତ, କେଉଁ ପଦକ୍ଷେପ ନେବା ଆବଶ୍ୟକ, କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ – ମୁଁ ସବୁକିଛି ସମୀକ୍ଷା କରିଛି। ଏହା ପରେ, ମୁଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛି।
ସେ ଆହୁରି କହିଛନ୍ତି, “ମୋର ନିଜସ୍ୱ ପର୍ଯ୍ୟବେକ୍ଷଣ ଏବଂ ପୀଡିତାଙ୍କ ପରିବାର ସହିତ ଆଲୋଚନା ଆଧାରରେ, ମୁଁ କହିପାରିବି ଯେ ପଶ୍ଚିମ ବଙ୍ଗ ରାଜ୍ୟ ସମାଜ ଏବେ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ମହିଳା ଶିଶୁ ଝିଅମାନେ ସୁରକ୍ଷିତ ନୁହଁନ୍ତି।” ରାଜ୍ୟପାଳଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଏକ ନୂତନ ବିବାଦ ସୃଷ୍ଟି କରିଛି। ପୁଲିସ ଦୁର୍ଗାପୁର ଦୁଷ୍କର୍ମ ମାମଲାର ତଦନ୍ତ ଆରମ୍ଭ କରିସାରିଛି। ତେବେ, ରାଜନୈତିକ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ରାଜ୍ୟପାଳଙ୍କ ସିଧାସଳଖ ହସ୍ତକ୍ଷେପ ଏବଂ ତାଙ୍କର ସାର୍ବଜନୀନ ମନ୍ତବ୍ୟ ଘଟଣାକୁ ଏକ ନୂତନ ଦିଗ ଦେଇଛି।
ପଶ୍ଚିମ ବଙ୍ଗ ରାଜ୍ୟ ରେ ସୁରକ୍ଷିତ ନୁହଁନ୍ତି ମହିଳା, ଝିଅ ଓ ଶିଶୁ! ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ବିସ୍ଫୋରକ ମନ୍ତବ୍ୟ
By Charcha News











