ସାମ୍ବାଦିକ- ସୌମ୍ୟରଞ୍ଜନ ଦାସ
ତାରିଖ- ୩୦-୦୪-୨୦୨୬
ବୌଦ୍ଧ: ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ଉଇଙ୍ଗ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଅର୍ଥାତ୍ ୩୦ ଏପ୍ରିଲ ୨୦୨୬ ତାରିଖରେ ବିଶ୍ୱସନୀୟ ସୂଚନା ଆଧାରରେ ଭିଜିଲାନ୍ସ ଦଳ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଥାନା ଅଧୀନ କରଞ୍ଜକଟା ଗାଁରେ ଅଚମ୍କା ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏକ ଚିତାବାଘ (ଲେପାର୍ଡ) ଚର୍ମ ଜବତ କରାଯାଇଥିବା ସହିତ ଏକ ଗୁରୁତର ବନ୍ୟଜନ୍ତୁ ମାମଲା ପ୍ରକାଶ ପାଇଛି। ଘଟଣାସ୍ଥଳରୁ କରଞ୍ଜକଟା ଗାଁର ଅଭୟ ନାୟକ ଏବଂ ହରଭଙ୍ଗା ଥାନା ଅଧୀନ ଲକ୍ଷ୍ମଣପୁର ଗାଁର ନୀଳକଣ୍ଠ କଁହରଙ୍କୁ ଗିରଫ କରାଯାଇଛି। ସେମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ର ଧାରା ୯ ଉଲ୍ଲଂଘନ କରିଥିବାରୁ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା ସହ ପୁରୁଣା କଟକ ଫରେଷ୍ଟ ରେଞ୍ଜ କେସ୍ ନମ୍ବର ୨୧, ତାରିଖ ୩୦.୦୪.୨୦୨୬ ଅନୁଯାୟୀ ଧାରା ୫୦(୮)(ବି)/୫୧ ଅଧୀନରେ ମାମଲା ରୁଜୁ ହୋଇଥିବା ବେଳେ ଧାରା ୯, ୩୯, ୪୪ ଓ ୪୮ ର ଉଲ୍ଲଂଘନ ମଧ୍ୟ ଚିହ୍ନଟ କରାଯାଇଛି। ଘଟଣା ସମ୍ବନ୍ଧରେ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।












