ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ବୁଧବାର ରାତିରେ ଗୁପ୍ତ ସୂଚନା ଆଧାରରେ, ବିଏସ୍ଏଫ୍ ଏବଂ ପୁଲିସ ମିଳିତ ଭାବରେ ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲା ରାଣୀନଗର ଥାନାର ହାଡୁଡଙ୍ଗା ଅଞ୍ଚଳରେ ଚାରି ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ଏହା ପରେ, ରାଣୀନଗର ଥାନାର ପୁଲିସ ସେମାନଙ୍କୁ ଗୁରୁବାର ଜିଲ୍ଲା କୋର୍ଟକୁ ପୁଲିସ ହେପାଜତ ପାଇଁ ଅନୁରୋଧ କରି ପଠାଇଥିଲା। ତେବେ, ସେମାନେ ବାଂଲାଦେଶରୁ ଭାରତକୁ ସୀମାନ୍ତ ପାର କାହିଁକି କରିଥିଲେ ସେ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିସାରିଛି। ତେବେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ପୁଲିସ ସୂତ୍ରରେ ମହମ୍ମଦ ତାରିକୁଲ ଇସଲାମ (୩୦), ମହମ୍ମଦ ଜସିମୁଦ୍ଦିନ (୨୯), ମହମ୍ମଦ ନୁର ଇସଲାମ (୩୬), ମହମ୍ମଦ ରବିଉଲ ଇସଲାମ ବୋଲି ଜଣା ପଡ଼ିଛି। ପୁଲିସ ସୂତ୍ର ଅନୁଯାୟୀ, ଏହି ଚାରି ଜଣ ବାଂଲାଦେଶର ରାଜଶାହୀ ଜିଲ୍ଲାର ବାସିନ୍ଦା
ବିଏସ୍ଏଫ୍ର ମିଳିତ ଅପରେସନରେ ଭାରତ-ବାଂଲାଦେଶ ସୀମାନ୍ତ ଅଞ୍ଚଳରୁ ୪ ଜଣ ଅନୁପ୍ରବେଶକାରୀ ଗିରଫ
By Charcha News











