ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ଦକ୍ଷିଣ କୋଲକତା ସ୍ଥିତ ବ୍ୟସ୍ତ ବହୁଳ ଅଞ୍ଚଳ ତଥା କୋଲକତା କର୍ପୋରେସନ ମେୟର ଓ ମନ୍ତ୍ରୀ ଫିରାଦ ହାକିମ ଙ୍କ ଅଞ୍ଚଳ ଚେତଲାରେ ଅଶୋକ ପାସୱାନ ନାମକ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ପରିବାର ଲୋକ ହତ୍ୟା ଅଭିଯୋଗ କରୁଛନ୍ତି। ଶରୀରରେ ଅନେକ ଆଘାତ ଚିହ୍ନ ମିଳିଛି। ପୋଲିସ ସନ୍ଦେହ କରୁଛି ଯେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଜଣାପଡୁଛି ଯେ ଯୁବକ ଜଣକ ଗତକାଲି ରାତିରେ ଚେତଲାରେ ତାଙ୍କ ବନ୍ଧୁମାନଙ୍କ ସହିତ ଏକ ମଦ ପାର୍ଟି ଆୟୋଜନ କରିଥିଲେ। ଏହିଠାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପୋଲିସ ଦ୍ୱାରା ଗିରଫ ହୋଇସାରିଛି। ପୋଲିସ ଅଧିକାରୀମାନେ ଅନ୍ୟମାନଙ୍କୁ ଖୋଜୁଛନ୍ତି।
ଅଭିଯୋଗ ହେଉଛି ଯେ ମଦ ପାର୍ଟିରେ ଝଗଡା ଯୋଗୁଁ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି, ମୃତକଙ୍କ ନାମ ଅଶୋକ ପାସୱାନ। ଘଟଣାଟି ଚେତଲା ୱାର୍ଡ ନମ୍ବର ୮୨ ରେ ଘଟିଛି। ଚେତଲାରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ଯୁବକ ନାମ ଅଶୋକ ପାସୱାନ (ବୟସ ୪୦) ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଅଶୋକ ଏବଂ ଅନ୍ୟ କିଛି ଲୋକ ଚେତଲା ରୋଡର ୧୭ ନମ୍ବର ବସ୍ ଷ୍ଟାଣ୍ଡରେ ମଦ ପିଉଥିଲେ, ସେତେବେଳେ ତାଙ୍କ ବେକରେ ଏକ ଲୁହା ଧାରୁଆ ଅସ୍ତ୍ର ପଶିଯାଇଥିଲା ଓ କିଛି ସମୟ ମଧ୍ୟ ରେ ଅଶୋକ ପାସ ୱାନ ଙ୍କ ମୃତ୍ୟୁ ହୋଇ ଗଲା ପୋଲିସ ତଦନ୍ତ ଆରମ୍ଭ ଜଣକୁ ଗିରଫ କରିଛି ଓ ତଦନ୍ତ ଆରମ୍ଭ କରିଛି











