୧୭/୦୮/୨୫ ସାମ୍ୱାଦିକ ମାନସ୍ ନେତାମ୍ ଚର୍ଚ୍ଚା
ମାଲକାନଗିରି : ମଦ ପାଇଁ ପତ୍ନୀ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ l ମୃତ ପତ୍ନୀ ଜଣଙ୍କ ହେଲେ ପ୍ରଭାତୀ କୁଞ୍ଜ (୩୮) ଗ୍ରାମବାସୀ ପକ୍ଷରୁ ଅଭିଯୋଗ ପରେ ଏମଭି-୭୯ ଥାନା ପୋଲିସ ଘଟଣା ସ୍ଥଳେ ପହଞ୍ଚି ଶବ ଜବଦ କରି ଵେବଛେଦ କରିବା ସହ ହତ୍ୟା କାରି ସ୍ୱାମୀ କୁ ଅଟକ ରଖି ପଚରା ଉଚରା କରୁଛି l ଘଟଣାଟି ଘଟିଛି ଗତ କାଲି ଅପରାହ୍ନ ପାଞ୍ଚଟା ସମୟ ରେ, ଗ୍ରାମ ବାସୀଙ୍କ ସୂଚନା ଅନୁଯାଇ, ଭାରତୀ କୁଞ୍ଜ ଙ୍କ ସ୍ୱାମୀ ଭିମା କୁଞ୍ଜ ସବୁଦିନ ମଦ ପିଇ ପି ବୁଲୁଥିବ କିନ୍ତୁ ଜମିବାଡ଼ି କଥା କିଛି ବି ଚିନ୍ତା ନ କରି ନିଶା ଗ୍ରସ୍ତ ହୋଇ ପତ୍ନୀ ଙ୍କୁ ମାର ପିଟି କରୁ ଥିଲା, ପତ୍ନୀ ପ୍ରଭାତୀ ନିଜ ଜମି ଚାଷ କରିବା ପାଇଁ ଲୋକ ମାନଙ୍କୁ ଠିକ କରି ସେମାନଙ୍କୁ ବେଟି ପାଇଁ ଘରେ ମଦ ରାନ୍ଧି ଥିଲେ ସେହି ମଦ କୁ ଦିନ ସାରା ପିଉ ଥିଲେ ସ୍ୱାମୀ ଭିମା ଏହାକୁ ଦୃଷ୍ଟି ରେ ରଖି ପ୍ରଭାତୀ ମଦ ଲୁଚାଇ ରଖିଥିଲା, ଗତ କାଲି ପ୍ରଭାତୀ ତଳି ଉଠାଇବାକୁ ଯାଉଥିଲା ବେଳେ ତାକୁ ମଦ ଦେବାକୁ ମାଗିଥିଲା ସ୍ୱାମୀ ସେ ମନା କରିବାରୁ ତାକୁ ଏକ କୋଦାଳ ବେଣ୍ଟ ରେ ପିଟି ପିଟି ଘରକୁ ଆଣି ଥିଲା, ଏପରି ପିଟୁଥିବା ଦେଖି ଗ୍ରାମର ଦୁଇ ଝିଅ ବିରୋଧ କରିଥିଲେ, ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲେ, ପରେ ଘରେ ପୁରାଇ ନିସ୍ତୁକ ପିଟି ଥିଲେ, ଏହା ସହ ଏଜ କାଠ ପତ୍ନୀ ଙ୍କ ଯୋନି ମଧ୍ୟରେ ପୁରାଇ ଦେଇ ଥିଲେ, ଏଥିରେ ପତ୍ନୀ ପ୍ରଭାତୀ ଙ୍କ ମୃତ୍ୟୁ ଘଟିଥିଲା, ଏହା ଗ୍ରାମ ବାସୀ ଦେଖି ତାକୁ ଧରିବାକୁ ଚେଷ୍ଠା କରିଥିଲେ ସେମାନଙ୍କୁ ହାଣିବାକୁ ଏକ କାତିଧରି ଗୋଡ଼ାଇ ଥିଲେ, ଏହା ସହ କହୁଥିଲେ ଯେ ସାକ୍ଷୀ ଦେବ ତାକୁ ଏହି ପରି ହତ୍ୟା କରିବି, ଯୌଶଳ କ୍ରମେ ଭିମା କୁ ଆୟତ୍ତ କରି ପୋଲିସ କୁ ହସ୍ତାନ୍ତର କରିଥିଲେ, ଥାନାରେ ଯାଇ ଅନେକ ଉତ୍ପାତ କରୁଥିବା ଜଣା ଯାଇଛି, ଏପରି ହତ୍ୟା କାରି କୁ ପୋଲିସ ପକ୍ଷରୁ ଦୃଡ ଭାବରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମ ବାସୀ ମାନେ କହିଛନ୍ତି l ତାଙ୍କର ଦୁଇ ପୁଅ ଏକ ଝିଅ ଥିବା ଜଣା ଯାଇଛି l ଏହି ଘଟଣାଟି ଘଟିଛି ଏମଭି- ୭୯ ଥାନା ଭୁବନ ପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗିନି ପାଲ୍ଲୀ ଗ୍ରାମରେ, ପ୍ରଭାତୀ ଙ୍କ ମୃତ୍ୟୁ ରେ ପୁଅ ଝିଅ ମାନେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି











