ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଲାଲଗୋଲା ଥାନାର ଦିୱାନ ସରାଇ ଗ୍ରାମ ନିକଟ ଏକ ଇଟା ଭାଟିରୁ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ତଲାସୀ ସମୟରେ ସେମାନଙ୍କଠାରୁ ୨୮୭ ଗ୍ରାମ ହେରୋଇନ ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ତୋହିଦୁର ରହମାନ (୨୭) ଏବଂ ଆବୁ ହେନା (୩୧)। ଗିରଫ ହୋଇଥିବା ବ୍ୟକ୍ତି ଲାଲଗୋଲା ଥାନା ଅଞ୍ଚଳର ବାସିନ୍ଦା। ଦୁଇ ଚୋରା ଚାଲାଣକାରୀ ଲସ୍କରପୁର ଗ୍ରାମରୁ ଦିୱାନ ସରାଇ ଅଭିମୁଖେ ଏକ ସ୍କୁଟିରେ ଯାଉଥିଲେ। ସୂଚନା ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି। ପୋଲିସ ଦୁଇ ଜଣଙ୍କଠାରୁ ୨୮୭ ଗ୍ରାମ ନିଷିଦ୍ଧ ଡ୍ରଗ୍ସ ହେରୋଇନ ଜବତ କରିଛି। ପୋଲିସର ପ୍ରାଥମିକ ଅନୁମାନ ଯେ ସେମାନେ ହେରୋଇନକୁ ବାଂଲାଦେଶକୁ ଚୋରା ଚାଲାଣ କରିବାକୁ ଯୋଜନା କରୁଥିଲେ। ଯାହାର ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ପୋଲିସ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଆଜି ୧୦ ଦିନିଆ ପୋଲିସ ହେପାଜତ ପାଇଁ ଆବେଦନ କରି କୋର୍ଟକୁ ପଠାଇଥିଲା। ଗିରଫ ହୋଇଥିବା ଡ୍ରଗ୍ସ ବ୍ୟବସାୟୀଙ୍କ ସହିତ ଆଉ କିଏ ସମ୍ପୃକ୍ତ ଅଛି ତାହା ଲାଲଗୋଲା ଥାନର ପୋଲିସ ତଦନ୍ତ କରୁଛି
ହେରୋଇନ ସହ ଦୁଇଜଣଙ୍କୁ ଗିରଫ କଲା ମୁର୍ଶିଦାଦାବାଦ ଜିଲ୍ଲାର ଲାଲଗୋଲା ଥାନା ପୋଲିସ
By Charcha News











