ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ବିରଭୂମ ଜିଲ୍ଲା ସ୍ଥିତ ରାମପୁରହାଟ ଥାନା କାଳିଡାଙ୍ଗା ଅଞ୍ଚଳରେ ୨୨ ଦିନ ପରେ ଜଣେ ନାବାଳିକା ଝିଅର ଶରୀର ର ପାଞ୍ଚ ଖଣ୍ଡ କଟା ହୋଇଥିବା ମୃତଦେହ ଉଦ୍ଧାର ହେବା ଫଳରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କାଳିଡାଙ୍ଗାରୁ ଖରବାଣା ଯିବା ରାସ୍ତାରେ ଏକ ନିର୍ଜନ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ନାବାଳିକା ଝିଅଟି ଅଗଷ୍ଟ ୨୮ ତାରିଖରୁ ନିଖୋଜ ଥିଲା। ନିଖୋଜ ବ୍ୟକ୍ତିଙ୍କ ଡାଏରୀ ଦାଖଲ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତ କାଲି ରାତି ୧୧:୩୦ ସମୟରେ ପୋଲିସ ଗୁପ୍ତ ସୂଚନା ଆଧାରରେ ଏକ ଅଭିଯାନ ଚଳାଇ ଏକ ବସ୍ତାରେ ମୃତଦେହ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପାଇଁ ରାମପୁରହାଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି। ବଳାତ୍କାର ଏବଂ ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ ରାମପୁରହାଟ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷକ ପୁରୁଲିଆ ଜିଲ୍ଲାର ନାରାୟଣପୁର ପଞ୍ଚାୟତର ଏକ ସ୍କୁଲରେ କାର୍ଯ୍ୟରତ ଥିଲେ । ପୋଲିସ ନାବାଳିକା ଝିଅ ର ହତ୍ୟା ଓ ଶରୀର ର ପାଞ୍ଚ ଖଣ୍ଡ କଟା ହୋଇଥିବା କୁ ତଦନ୍ତ ଆରମ୍ଭ କରିଛନ୍ତି କାହିଁକି ଓ କଣ ପାଇଁ ନାବାଳିକା କୁ ହତ୍ୟା ଓ ଶରୀର ର ପାଞ୍ଚ ଖଣ୍ଡ କଟା ହୋଇଥିଲା ହତ୍ୟା କାରୀ ଗିରଫ ଶିକ୍ଷକ ପଚରା ଉଚୁରା ଆରମ୍ଭ ହୋଇଛି











