ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ବୁଧୁବାର ଠାରୁ ଚଢାଉ ଆରମ୍ଭ କରି ପୋଡ଼ି ନଷ୍ଟ କରିଛି ପୋଲିସ।ବିଶେଷ କରି ରାୟଗଡ଼ା _ ଗଜପତି ସୀମାନ୍ତ ପାହାଡିଆ ଅଞ୍ଚଳରେ କିଛି ମାଫିଆ ମନେ ବେଆଇନ ଗଞ୍ଜେଇ ଚାଷ ଆରମ୍ଭ କରିଛନ୍ତି।ଏହି ଖବର ରାୟଗଡ଼ା ଏସ ପି ଙ୍କ ଖବର ଗଲା ଏବଂ ଡ୍ରୋନ ମାଧ୍ୟମରେ ପୋଲିସ ଖୋଜି ପାଇ ଆଜି ମହଡ଼ିମ ଜଙ୍ଗଲ ର ନୂଆସାହି,ତଳସାହି ସହ ତାତଲାପାଙ୍ଗା ଅଭଦ୍ୟ ଜଙ୍ଗଲ ଭିତରେ ପୃଥକ ପୃଥକ୍ ଭାବେ ଲାଗିଥିବା ୧୮ହଜାର ଗଞ୍ଜେଇ ଗଛ ସହ ଚାରା କୁ ନଷ୍ଟ କରି ଦେଇଛି ପୋଲିସ ର ମିଳିତ ଟିମ୍।ତେବେ ଏହି ଚଢାଉ ସମୟ ରେ ପଦ୍ମପୁର ଆଇ ଆଇ ସି ଧରଣୀ ଧର ପ୍ରଧାନ ଙ୍କ ନେତୃତ୍ବ ରେ କେନ୍ଦୁଗୁଡ଼ା ପୋଲିସ,ଅବକାରୀ,ବନ,କୃଷି ଓ ରାଜସ୍ବ ବିଭାଗ ର ମିଳିତ ଭାବରେ ଚଢାଉ ହୋଇଥିଲା।ଏପଟେ ଗତ ବର୍ଷ ଏହି ଏହି ସମୟରେ ମହାଡିମ ଜଙ୍ଗଲରୁ ପାଖାପାଖି ୫୨ ଏକର ରୁ ଉର୍ଦ୍ଧ୍ବ ଚାଷ କୁ ଏହି ମିଳିତ ଟିମ୍ ପୋଡ଼ି ନଷ୍ଟ କରି ଦେଇଥିଲେ।ଆଗକୁ ଏହି ଚଢାଉ ବ୍ୟାପକ କରାଯିବ ସହ ମାଫିଆ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଚଳିତ ବର୍ଷ ପ୍ରଥମ କରି ମାତ୍ର ଏହି ଜଙ୍ଗଲ ରୁ ୪ଏକର ନଷ୍ଟ ହୋଇଥିବା ଜଣା ପଡ଼ିଛି।ଏହାପୂର୍ବ ରୁ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ବେଆଇନ ଗଞ୍ଜେଇ ଚାଷ କରି କିପରି ନିଜ ସମ୍ପର୍କୀୟ ଲୋକ ମାନେ ଜେଲ ରେ ଅଛନ୍ତି।ଏବଂ ଏହି ବେଆଇନ ଗଞ୍ଜେଇ ଚାଷ କୁ ବନ୍ଦ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ପଦ୍ମପୁର ପୋଲିସ ସଚେତନତା ମଧ୍ୟ କରିଥିଲା।ତେବେ ଆଗକୁ ଏହି ଗଞ୍ଜେଇ ର ଗଡ ବୋଲୁଥିବା ଏହି ସୀମାନ୍ତ ଗ୍ରାମ ଗୁଡ଼ିକ ରେ ବେଆଇନ ଗଞ୍ଜେଇ ଚାଷ ବନ୍ଦ ହେବ ବୋଲି ପୋଲିସ ଅନୁମାନ କରୁଛି
ଗଞ୍ଜେଇ ଚାଷକୁ ଖୋଜି ବାହାର କରୁଛି ଡ୍ରୋନ କ୍ୟାମେରା, ୧୮ହଜାର ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କଲା ପଦ୍ମପୁର ପୋଲିସ
By Charcha News











