By-ରବିନ୍ଦ୍ର ନାଥ ମହାପାତ୍ର: DT-4.4.2026
ରାୟଗଡ଼ା:DT-4.4.2026 :: ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଜୁମୁରୁଗୁଡା ଠାରେ ବ୍ଲକ୍ ସ୍ତରୀୟ ପ୍ରବେଶ ଉଛବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଈଯାଇଛି। ଜାତୀୟ ଶିକ୍ଷାନୀତୀ-୨୦୨୦ ଆଧାରରେ ୫ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଶିକ୍ଷାର୍ଥୀଂକ ପାଈଁ ଆରମ୍ଭ ହୋଈଥିବା ଶିଶୁବାଟିକା ଶ୍ରେଣୀ ରେ ନାମ ଲେଖାଉଥିବା ଶିକ୍ଷାର୍ଥୀଂକ ନିମନ୍ତେଏହା ଉଦ୍ଧିଷ୍ଠ ।ଆଜି ଅନୁଷ୍ଠିତ ହୋଈଥିବା ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜୁମୁରୁଗୁଡା ରେ ଶିଶୁବାଟିକା ଶ୍ରେଣୀରେ ୧୪ ଜଣ ଶିଶୁ ନାମ ଲେଖାଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହୃଶିକେଷ ରଥଂକ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପଦ୍ମପୁର ପଂଚାୟତ ସମିତି ଅଧକ୍ଷ୍ୟା ଶ୍ରୀମତି ମଣିମାଳା ଶବର ମୂଖ୍ୟ ଅତିଥି, ମଂଗଳ ସମ୍ପ୍ରସାରିଣୀ ଅଧିକାରୀ ସୁଶ୍ରୀ ଅର୍ଚନା ପଣ୍ଡା ମୂଖ୍ୟ ବକ୍ତା, ପଦ୍ମପୁର ଗ୍ରାମ ପଂଚାୟତ ସରପଂଚ ଶ୍ରୀ ପ୍ରକାଶ କଣ୍ଡାଗୋରୀ ସମ୍ମାନିତ ଅତିଥୀ, ଆକାଂକ୍ଷା ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଯିକା ଶ୍ରୀମତି ସୀମା ସ୍ମରଣିକା ରୟ ସମ୍ମାନିତ ଅତିଥୀ ରୂପେ ମଂଚାସୀନ ଥିଲେ ।
ଖଡିଛୁଆଁ କାର୍ଯ୍ୟକ୍ରମ ସମାପନ ପରେ ମୂଖ୍ୟ ଅତିଥି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ରଥ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ପରିଭ୍ରମଣ କରିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ସୂଚନା ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ଅଭିଭାବକ, ବୁଦ୍ଦିଜୀବୀ, ସମସ୍ତ ସି ଆର୍ ସି ସି, ସମସ୍ତ ଅଂଗନଓ୍ବାଡି କର୍ମୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୌରୀ ଶଂକର ବେହେରା ଓ ସମସ୍ତ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
ସିଆର୍ ସି ସି ଶ୍ରୀ ଚିତ୍ତରଂଜନ ସେନାପତି ମଂଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଚନ୍ଦ୍ରସେନ ଲିମା ଧନ୍ୟବାଦ ଅର୍ପଣ କରିଥିଲେ ।
ଚର୍ଚ୍ଚା news












