ଖାଦ୍ୟରେ ଅପମିଶ୍ରଣ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡ୍ରେ ଫୁଡ୍ ସେଫ୍ଟି ଟିମ୍ । ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଛି ଜୋରଦାର ଚେକିଂ ଓ ଚଢ଼ାଉ । ଖାଦ୍ୟରେ ଅପମିଶ୍ରଣ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡ୍ରେ ଫୁଡ୍ ସେଫ୍ଟି ଟିମ୍ । ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲିଛି ଜୋରଦାର ଚେକିଂ ଓ ଚଢ଼ାଉ । ବିଶେଷକରି ବିଭିନ୍ନ ମିଠା ଦୋକାନକୁ ଟାର୍ଗେଟ୍ କରିଛି ଫୁଡ୍ ସେଫ୍ଟି ବିଭାଗ । ପାହାଳ ନିକଟରେ ଥିବା ଅନେକ ମିଠା ଦୋକାନରେ ଟିମ୍ ପହଞ୍ଚି ଯାଞ୍ଚ କରିଛି। ମିଠାର ମାନ, ପ୍ରସ୍ତୁତି ପ୍ରଣାଳୀ ଏବଂ ଖାଦ୍ୟରେ ଅପମିଶ୍ରଣ ହେଉଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି । ଅପମିଶ୍ରଣ ଅଭିଯୋଗ ପରେ ଫୁଡ୍ ସେଫ୍ଟି ବିଭାଗର ଏଭଳି ଜୋରଦାର ଚଢ଼ାଉକୁ ନେଇ ମିଠା ଦୋକାନୀଙ୍କ ମଧ୍ୟରେ ଛନକା ପଶିଛି…
Author: Charcha News
ଘୋଷଯାତ୍ରା ପରେ ରଥଭଙ୍ଗାର ଏହି ପରମ୍ପରା ଶ୍ରୀକ୍ଷେତ୍ରର ଏକ ନିଆରା ରୀତିନୀତି । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ପୁରୀ :: ଘୋଷଯାତ୍ରା ପରେ ରଥଭଙ୍ଗାର ଏହି ପରମ୍ପରା ଶ୍ରୀକ୍ଷେତ୍ରର ଏକ ନିଆରା ରୀତିନୀତି । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।ଠି ଭକ୍ତଙ୍କ ଭିଡ଼ ଏବଂ ସୁରକ୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯାଉଛି । ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗର…
ଉଦଳା:: : କପ୍ତିପଦା ଉପଖଣ୍ଡ ଉଦଳାସ୍ଥିତ ଉଦଳାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲି ଶିବିରରେ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଶିବିରରେ ମୋଟ ୧୨୭ଟି ଅଭିଯୋଗ ଉପରେ ଶୁଣାଣୀ ହୋଇଥିଲା। ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୧ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା। ଶୁଣାଣୀ ସମୟରେ ୨୫ଟି ସମସ୍ୟାର ତତ୍କାଳ ସମାଧାନ କରାଯାଇଥିବା ବେଳେ ଚିକିତ୍ସା ସହାୟତା ପାଇଁ ୨୪ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ୫୭ ହଜାର ଟଙ୍କା ଏବଂ ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଜନଶୁଣାଣୀରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ମଧ୍ୟ ଉଠିଥିଲା। ଉଦଳା ବ୍ଲକର ରାଢ଼େ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିବା ନାଏବ…
ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁ ଘରେ ଚଢ଼ାଉ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ । ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁ ଘରେ ଚଢ଼ାଉ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତତ୍କାଳୀନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜ କିଶୋର ବେହେରା, ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ପ୍ରଦୀପ୍ତ କୁମାର ମଲ୍ଲିକ ୨୦୧୧-୧୨ ଏବଂ ୨୦୨୧-୨୨ରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କ ନାଁରେ ୩ କୋଟି ୨ଲକ୍ଷ ୯୫ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଭଞ୍ଜ କିଶୋର ବେହେରାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ…
ବନ୍ୟା ବିଭୀଷିକା ମଧ୍ୟରେ ପୁଣି ଏକ ଦୁଃଖଦ ଖବର । ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ଘଟଣା ଭଦ୍ରକ ଜିଲ୍ଲା ଦହୀପୁର ପଞ୍ଚାୟତର ନାରାୟଣପୁର ନାଥସାହି ଅଞ୍ଚଳରୁ ସାମ୍ନାକୁ ଆସିଛି । ବନ୍ୟା ବିଭୀଷିକା ମଧ୍ୟରେ ପୁଣି ଏକ ଦୁଃଖଦ ଖବର । ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ଘଟଣା ଭଦ୍ରକ ଜିଲ୍ଲା ଦହୀପୁର ପଞ୍ଚାୟତର ନାରାୟଣପୁର ନାଥସାହି ଅଞ୍ଚଳରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଭାଲୁକୁଣି ଓଷା ପାଇଁ ଆଜି ସକାଳେ ନାଥସାହିର ରେବ ନଦୀକୁ ଗାଧୋଇବା ପାଇଁ ଚାରିଜଣ ଯୁବତୀ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ଜଣଙ୍କର ଗୋଡ଼ ଖସିଯାଇଥିଲା । ଏହାପରେ ନଦୀର ପ୍ରଖର ସ୍ରୋତରେ ଚାରିଜଣ ଯୁବତୀ ଭାସିଯାଇଥିଲେ । ତେବେ ତିନିଜଣ ଯୁବତୀ କିଛି ଦୂର ଭାସିଯାଇ…
ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ । ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଙ୍କାରର ଗଣତିମଣତି ନେଇ ସମସ୍ତ ପ୍ରସ୍ତୁତି କରାଯିବ । ପୂର୍ବରୁ ଯେଉଁଭଳି ନିୟମ ଓ ସତର୍କତାର ସହ ଏହି କାର୍ଯ୍ୟ…
ଉଦଳା, ୨୦/୦୮/୨୦୨୬: ( ରାଜୀବ କୁମାର ବେହେରା ) – ବିଳମ୍ବିତ ରାତିରେ ଉଦଳା ବନ ବିଭାଗର ଅତର୍କିତ ଚଢ଼ାଉ l ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶର ଘଞ୍ଚ ଜଙ୍ଗଲରୁ ବେଆଇନ ଭାବେ କାଠ କାଟି କାଠ ମାଫିଆ ମାଲେମାଲ,ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ମଧ୍ୟରେ ଉଦଳା ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ବିଳମ୍ବିତ ରାତିରେ ମିଳିଥିବା ସୂଚନା ଆଧାରରେ ଅତର୍କିତ ଚଢ଼ାଉ କରି ବନ ବିଭାଗ ଏକ କାଠ ବୋଝେଇ ଗାଡ଼ିକୁ ଜବତ କରିବା ସହ ଜଣେ ଚାଳକଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ଖୁଣ୍ଟା ଥାନା ଅଧୀନ କହେଁଇବନ୍ଧ ଖୁଦୁପୁଟୁଳି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏହି ଚଢ଼ାଉ କରାଯାଇଥିଲା। କାଠ ବୋଝେଇ ଏକ ଗାଡ଼ି ଯାଉଥିବା ସମୟରେ ବନ ବିଭାଗର କର୍ମଚାରୀମାନେ ଗାଡ଼ିଟିକୁ ପିଛା କରି ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ କାଠ ଚାଲାଣ ସମ୍ପର୍କିତ ଅନିୟମିତତା ଥିବା ଅଭିଯୋଗରେ…
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ । ଆସନ୍ତା ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ । ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ତାଳଚେର ଗୁରୁଜାଙ୍ଗରେ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଯୋଗଦେବେ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୁରୁଜାଙ୍ଗରେ ପହଞ୍ଚିବା ପରେ ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ କରିବେ । ଏହାପରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ…







