ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍ଜିସିର ନୌସେନା । ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଏକ ମାଲବାହୀ ଜାହାଜରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଇରାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଏହାକୁ ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କହିଛି । ଏଭଳି ଦାବି କରିଛି ଇରାନର ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ -ଆଇଆର୍ଜିସିର ନୌସେନା । ଇରାକୀ ଅଧିକାରୀ କହିଛନ୍ତି, ଏହି ବଡ଼ ଆକ୍ରମଣ ଇରାକର ଉମ୍ କସର୍ ବନ୍ଦରରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦକ୍ଷିଣ-ପୂର୍ବରେ ଘଟିଛି । ଜାହାଜରେ ଦୁଇଟି ବିସ୍ଫୋରଣ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ…
Author: Charcha News
BY-ରାଜୀବ କୁମାର ବେହେରା ଉଦଳା:- ପ୍ରେମର ଉପହାର ଦେବା ଆଶାରେ ବାଛିଲେ ଅପରାଧର ରାସ୍ତା। ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏକ ଚୋରି ଉଦ୍ୟମ ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ। ସୂଚନା ଅନୁଯାୟୀ, ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡଙ୍କୁ ମୋବାଇଲ ଉପହାର ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସାଥୀମାନଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ତଳିଆ ଅଞ୍ଚଳ ର ଏକ କାର ଭଡାରେ ନେଇ ବିଳମ୍ବିତ ରାତିରେ ଉଦଳା ମାର୍କେଟର କୃଷକ ବଜାର ନିକଟରେ ଏକ ମୋବାଇଲ ଦୋକାନକୁ ଟାର୍ଗେଟ କରିଥିଲେ। ଅଭିଯୁକ୍ତମାନେ ସାବଳ ସାହାଯ୍ୟରେ ଦୋକାନର ସଟର ତାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ କୁକୁରମାନଙ୍କ ଭୁକିବା ଶବ୍ଦ ଶୁଣି ଭୟଭୀତ ହୋଇ ସେଠାରୁ ଖସି ପଳାଇଥିଲେ। ଫଳରେ ଚୋରି ଉଦ୍ୟମ ବିଫଳ ହୋଇଥିଲା। କିନ୍ତୁ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା। ମୋବାଇଲ…
ଭାଲୁ ଆତଙ୍କରେ ବୈରାଟପୁର ଓ ଆଖପାଖ ଅଞ୍ଚଳ -BY-ରାଜୀବ କୁମାର ବେହେରା ଉଦଳା,ସନ୍ଧ୍ୟା ନଇଁଲେ ପଡ଼ୁଛି ତାଟି କବାଟ। ଘର ଭିତରେ ମହିଳା ଓ ଶିଶୁମାନେ ଭୟରେ ରହୁଥିବା ବେଳେ ହାତରେ ଠେଙ୍ଗାବାଡ଼ି ଧରି ଗାଁ ଦାଣ୍ଡରେ ଜଗି ବସୁଛନ୍ତି ପୁରୁଷମାନେ। ଏହା କୌଣସି ପୁରାଣ କିମ୍ବା ଇତିହାସର କାହାଣୀ ନୁହେଁ, ବରଂ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳର ବୈରାଟପୁର ଓ ଆଖପାଖ ଗ୍ରାମର ବର୍ତ୍ତମାନର ବାସ୍ତବ ଚିତ୍ର। ଗତ ଆଠ ଦିନ ଧରି ଏକ ଜଙ୍ଗଲୀ ଭାଲୁର ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ଖେତକୁ ଯିବା ଓ ରାତିରେ ଘର ବାହାରକୁ ବାହାରିବା ପାଇଁ ଲୋକେ ଭୟ କରୁଛନ୍ତି। ଭାଲୁ ଯେକୌଣସି ସମୟରେ ଗ୍ରାମ ଭିତରକୁ ପଶି ଆସିପାରେ ବୋଲି ଆଶଙ୍କାରେ ସାରା ଅଞ୍ଚଳରେ ଏକ ଅଜଣା ଆତଙ୍କ ଖେଳିଯାଇଛି। ଇତିହାସ ସାକ୍ଷୀ ରହିଛି ଯେ, ଜଙ୍ଗଲ ଧ୍ୱଂସ, ଖାଦ୍ୟ ଅଭାବ ଓ ବନ୍ୟପ୍ରାଣୀଙ୍କ ବାସସ୍ଥାନ…
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ନେଇ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ BY_ରାଜୀବ କୁମାର ବେହେରା ଉଦଳା -ଗଣତନ୍ତ୍ରର ମୂଳଦୁଆର ହେଉଛି ସଠିକ୍ ଭୋଟର ତାଲିକା। ଜଣେ ବି ଯୋଗ୍ୟ ମତଦାତା ଯେପରି ନିଜର ମତାଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଉଦଳା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଓ ସଠିକ୍ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ସୂଚନା ଦେଇଥିଲେ ଯେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ନୂତନ ମତଦାତାଙ୍କ ପଞ୍ଜିକରଣ, ଭୁଲ ତଥ୍ୟ ସଂଶୋଧନ, ନାମ ବିଲୋପ ଓ ସ୍ଥାନାନ୍ତରଣ ଭଳି…
ଉଦଳାରୁ ଶୁଭାରମ୍ଭ, ମତଦାତାଙ୍କୁ ସଚେତନ କରିବ ପ୍ରଶାସନ : BY-ରାଜୀବ କୁମାର ବେହେରା ଉଦଳା, ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍-୨୦୨୬) କାର୍ଯ୍ୟକ୍ରମ। ଏହାକୁ ସଫଳ କରିବା ପାଇଁ ଉଦଳାରେ ଏକ ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଛି। କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ଏହି ରଥକୁ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଉଦଳା ଏନ୍ଏସି, ଉଦଳା ବ୍ଲକ, କପ୍ତିପଦା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ। ନୂତନ ମତଦାତାଙ୍କ ପଞ୍ଜିକରଣ, ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ଭଳି ପ୍ରକ୍ରିୟା ବିଷୟରେ ଲୋକଙ୍କୁ ସଚେତନ କରାଯିବ।…
କେମିତି କାଟିବ ଆଜି ଆପଣମାନଙ୍କ ଦିନ : ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ। ମିଥୁନ : ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। କର୍କଟ…
ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ ୪ ତାରିଖରେ ସାମିଲ ହେବେ ମୁ୍ଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୩ ତାରିଖରୁ ୫ ତାରିଖ ଯାଏ ପୁରୀରେ ଆୟୋଜିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ପୁରୀରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁନ୍ ୪ ତାରିଖରେ ସାମିଲ ହେବେ ମୁ୍ଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା ୩ ତାରିଖରୁ ୫ ତାରିଖ ଯାଏ ପୁରୀରେ ଆୟୋଜିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଇଜିପ୍ଟ, ୟୁଏଇ, ଇଥିଓପିଆ, ଇରାନ ଓ ଇଣ୍ଡୋନେସିଆର ପ୍ରତିନିଧି ଏଥିରେ ଯୋଗଦେବେ। ଏହା ସହ ୧୦…
ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବ୍ୟାପକ ସମୀକ୍ଷା କରାଯିବ । କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବ୍ୟାପକ ସମୀକ୍ଷା କରାଯିବ । କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଘୋଷଣା, ବିକାଶମୂଳକ କାର୍ଯ୍ୟ, ଲୋକକଲ୍ୟାଣ ଯୋଜନା ଏବଂ ବିଭାଗୀୟ ପ୍ରଦର୍ଶନର ସମ୍ପୂର୍ଣ୍ଣ ହିସାବ ନିଆଯିବ । ସରକାର ଗଠନ ପରଠାରୁ କେଉଁ ବିଭାଗ କେତେ ଲକ୍ଷ୍ୟ ହାସଲ କରିଛି, କେଉଁ ପ୍ରକଳ୍ପ ସଫଳ ହୋଇଛି ଏବଂ କେଉଁ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା :ମଦ ନିଶାରେ ମଣିଷ ନିଜ ହିତାହିତ ଜ୍ଞାନ ସହ ଆଇନ ଶୃଙ୍ଖଳା କୁ ବି ଭୁଲି କଣ କେତେ ବେଳେ କାଣ୍ଡ ଘଟାଉଛି ତାହା କାହାକୁ ଜଣା ପଡୁନି।ମଦ ନିଶା ଖାଇ ଗାଁ ଦାଣ୍ଡରେ ଜଣେ ଯୁବକ ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବଲ୍ଲବପୁର ଗ୍ରାମରେ।ମୃତକ ଜଣକ ହେଲେ ରବି ଶବର ବୟସ ପାଖାପାଖି ୩୫।ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛ।ଏପଟେ ପରିବାର ଲୋକେ କହିଛନ୍ତି ଆମକୁ ନ୍ୟାୟ ପ୍ରଦାନ କରାଯାଉ। ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ବଲ୍ଲଭପୁର ଗ୍ରାମର ଶ୍ୟାମ ପରଜା ଏବଂ ଦୟାନିଧି ଶବର ନିଶାସକ୍ତ ଅବସ୍ଥାରେ ସାହି ମଧ୍ୟରେ ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ସେହି ଗ୍ରାମର ରବି ଶବର ସେମାନଙ୍କୁ ସାହି ଭିତରେ ଗଣ୍ଡଗୋଳ ନକରିବା ପାଇଁ…








