Author: Charcha News

ଓଡ଼ିଶା ରାଜନୀତିରେ ପୁଣି ଥରେ ଏକ ବଡ଼ ରାଜନୈତିକ ଘଟଣା ସାମ୍ନାକୁ ଆସିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।Debashish Samantarayଙ୍କ ନାମକୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ କରିଥିବା ବେଳେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି।ଗତ କିଛି ଦିନ ତଳେ ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ତାଙ୍କର ଏହି ରାଜନୈତିକ ପଦକ୍ଷେପ ପଛରେ ବଡ଼ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା, ଆଉ ସେହି ଚର୍ଚ୍ଚା ଏବେ ସତ୍ୟ ପ୍ରମାଣିତ ହୋଇଛି।ଓଡ଼ିଶାରେ ସଂଖ୍ୟା ଦୃଷ୍ଟିରୁ ବିଜେପିର ସ୍ଥିତି ମଜବୁତ ଥିବାରୁ ଦେବାଶିଷ ସାମନ୍ତରାୟଙ୍କର ବିଜେପି ଟିକେଟ୍‌ରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ…

Read More

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶାର ସଫଳତାକୁ ନେଇ ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ରାଜ୍ୟ। ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ୧୯୯୯ର ମହାବାତ୍ୟା ପରଠାରୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ଶିକ୍ଷା ଗ୍ରହଣ କରିଛି ଏବଂ ଆଜି “ଜିରୋ କାଜୁଆଲିଟି” ଲକ୍ଷ୍ୟ ପାଇଁ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି।ପୁରୀରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଥିବାରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକରୁ ମିଳୁଥିବା ଅଭିଜ୍ଞତା ଓ ନିଷ୍କର୍ଷ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବ। ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ପଦ୍ଧତିର ଆଦାନ ପ୍ରଦାନ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।ସେହିପରି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନର କ୍ଷତିକୁ ଶୂନ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ…

Read More

କେମିତି କାଟିବ ଆଜି ଆପଣମାନଙ୍କ ଦିନ ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ବୃଷ : ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।…

Read More

ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଥିବା ଲେମନ୍‌ ଗ୍ରିନ୍‌ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ବଡ଼ଧରଣ ଅଗ୍ନିକାଣ୍ଡ ଘଟି ୨୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଧିକାରୀମାନେ କହିଛନ୍ତି | ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ଥିବା ଲେମନ୍‌ ଗ୍ରିନ୍‌ ରେଷ୍ଟୁରାଣ୍ଟରେ ବୁଧବାର ସକାଳେ ବଡ଼ଧରଣ ଅଗ୍ନିକାଣ୍ଡ ଘଟି ୨୧ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକ ମଧ୍ୟ ଏସିଆ ଓ ଆଫ୍ରିକାର ନାଗରିକ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ପାଖାପାଖି ସକାଳ ୯ଟାରେ ରେଷ୍ଟୁରାଣ୍ଟର ବେସମେଣ୍ଟରୁ ନିଆଁ ଲାଗିଥିଲା। ଦିଲ୍ଲୀ ଅଗ୍ନିଶମ ସେବାକୁ ଖବର ଦିଆଯିବା ମାତ୍ରେ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଞ୍ଚ ମହଲା ବିଶିଷ୍ଟ କୋଠାରେ ପାଖାପାଖି ୪୦ ଲୋକ ଥିବା ଅନୁମାନ କରାଯାଉଛି। ଖବର ମିଳିବା ମାତ୍ରେ ଘଟଣାସ୍ଥଳକୁ ଏକାଧିକ ଅଗ୍ନିଶମ ଗାଡି ପଠାଯାଇଥିଲା। କୋଠା ଭିତରେ ଅନେକ ଲୋକ…

Read More

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି । ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ । ସୋସିଆଲ ମିଡିଆ ସେନସେସନ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରିବା ପରେ ଏହି ଆନ୍ଦୋଳନର ନେତୃତ୍ୱ ନେବେ । ଅଭିଜିତ କହିଛନ୍ତି ଯେ, ସେ ଦେଶର ଜନସାଧାରଣ ଓ ବିଶେଷ କରି ଯୁବପିଢ଼ିଙ୍କ ସମର୍ଥନ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି…

Read More

BY-ରାଜୀବ କୁମାର ବେହେରା ଉଦଳା : ବିଦ୍ୟୁତ ତାର ମରାମତି କରୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶ ରେ ଆସି ଜୈନିକ ବ୍ୟକ୍ତିଙ୍କ ସୋଚନୀୟ ମୃତ୍ୟୁ, ବିଦ୍ୟୁତ ବିଭାଗ ର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ ଏବଂ ଗ୍ରାମବାସୀ l ଘର ନିକଟରେ ୧୧ କେଭି ତାର କୁ ସ୍ଥାନାନ୍ତର କରିବାକୁ ବିଭାଗକୁ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବା ବେଳେ ସେହି ବିପଦ ସଂକୁଳ ତାର ସଂସ୍ପର୍ଶ ରେ ଆସି ଆଜି ମିରିହ ଜୀବନ ଚାଲିଯାଇଛି, କେବେ ସମସ୍ୟା ର ସମାଧାନ ହେବ ଏହାକୁ ନେଇ ଉଠିଛି ପ୍ରଶ୍ନ ?ମୟୂରଭଞ୍ଜ ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ହାତୀକୁଟ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗ୍ରାମର କୃତିବାସ ବେହେରାଙ୍କ…

Read More

ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାଇରଙ୍ଗପୁର ସମେତ ଓଡ଼ିଶା ପାଇଁ ଏକାଧିକ ପ୍ରକଳ୍ପ ଭେଟିଦେବାର ରହିଛି କାର୍ଯ୍ୟକ୍ରମ। ସମାବେଶକୁ ସଫଳ କରିବାକୁ ସରକାରୀସ୍ତରରେ ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଜୁନ ୧୨ରେ ମୋହନ ସରକାରଙ୍କୁ ପୂରିବ ଦୁଇ ବର୍ଷ । ରାଜ୍ୟ ସରକାର କେତେ ସଫଳ ହୋଇଛନ୍ତି, କେଉଁ କ୍ଷେତ୍ରରେ ଉପଲବ୍ଧି ପାଇଛନ୍ତି ତାର ହିସାବ କିତାବ କରିବେ ଖୋଦ ପ୍ରଧାନମନ୍ତ୍ରୀ । ଆଉ ରାଜ୍ୟବାସୀଙ୍କ ସାମ୍ନାରେ ମୋହନ ସରକାରଙ୍କ ପାରିବାପଣିଆର ଖୋଲା ଚିଠା ରଖିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ ପରେ ଓଡ଼ିଶା…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ ::ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଥିବା ବିଦ୍ୟାଳୟ ଗୁଡ଼ିକରେ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଓ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦ ସ୍ଥାପନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଷ୍ଠା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ମାନ ବୃଦ୍ଧି ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଚଳିତ ଶିକ୍ଷାବର୍ଷରେ ପ୍ରତ୍ୟେକ ବିଦ୍ୟାଳୟରୁ ଅତିକମରେ ୫ ଜଣ ଛାତ୍ରଛାତ୍ରୀ ଯେପରି ‘A1’ ଗ୍ରେଡ୍ ହାସଲ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ପ୍ରୟାସ କରିବାକୁ ସେ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହ ପିଲାମାନଙ୍କର ଉନ୍ନତମାନର ଶିକ୍ଷା ଓ ଶାରୀରିକ ବିକାଶ…

Read More

ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ସମୟରେ କେରଳରେ ପହଞ୍ଚିପାରେ। ପାଣିପାଗ ବିଭାଗ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, କୁଆପଥର ଝଡ଼ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ପାଇଁ ସତର୍କ ସୂଚନା ଜାରି କରିଛି। ଦେଶର ପାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ସମୟରେ କେରଳରେ ପହଞ୍ଚିପାରେ। ପାଣିପାଗ ବିଭାଗ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, କୁଆପଥର ଝଡ଼ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସାଧାରଣତଃ ଜୁନ୍ ୧…

Read More