Author: Charcha News

ଉଡ଼ାନ ୨.୦ ପ୍ରକଳ୍ପରେ ମାଗଣା ଶିକ୍ଷାର ସୁଯୋଗ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ପାଇବେ ଛାତ୍ରଛାତ୍ରୀ BY-ରାଜୀବ କୁମାର ବେହେରା ଉଦଳା :: ଏକ ଉତ୍ତମ ଓ ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଶିଶୁ ଶିକ୍ଷାର ଆଲୋକ ପାଇ ଆସନ୍ତାକାଲିର ସୁନାଗରିକ ଭାବେ ଗଢ଼ିଉଠିଥାଏ। ଏହି ସୁନାଗରିକମାନେ ହିଁ ଭବିଷ୍ୟତରେ ଦେଶର ଉନ୍ନତି ଓ ପ୍ରଗତିର ମୂଳଦୁଆ ସାଜିଥାନ୍ତି। ସମାଜର ପ୍ରତ୍ୟେକ ଶିଶୁଙ୍କ ପାଖରେ ଶିକ୍ଷାର ଆଲୋକ ପହଞ୍ଚାଇବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ର କୁଆମରା ଗ୍ରାମରେ ଆରମ୍ଭ ହୋଇଛି ଏକ ପ୍ରଶଂସନୀୟ ପଦକ୍ଷେପ। ଉଡ଼ାନ ୨.୦ ପ୍ରକଳ୍ପ ଜରିଆରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ସୂଚନା ମିଳିଛି। ଏହି ମହତ୍‌ ପଦକ୍ଷେପକୁ ସଫଳ କରିବା ନେଇ କୁଆମରା ହାଇସ୍କୁଲ ପରିସରରେ ଜନ ବିକାଶ ଫାଉଣ୍ଡେସନ ଓ ଗାୟତ୍ରୀ…

Read More

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ – ନଭେମ୍ବର 15 ରେ ଵିଶାଲ ସଶସ୍ତ୍ର ଆଦିବାସୀ ରେଲି | BY-ଦେବେନ୍ଦ୍ର ପୋଡ଼ ବଲାଙ୍ଗିର ::ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପାଟଣାଗଡ଼ ଶାଖା, ଖପ୍ରାଖୋଲ ଶାଖା, ବେଲପଡା ଶାଖା, ପାଟଣାଗଡ଼ ଏନ. ଏ. ସି ତଥା ଶବର, ବିଞ୍ଝାଳ,ଗଣ୍ଡ, କନ୍ଧ, ଦଳ,ମିର୍ଦ୍ଧା, ମୁଣ୍ଡା ସମାଜର କର୍ମକର୍ତାଙ୍କ ଉପସ୍ଥିତିରେ ଶବର ସମାଜର ପାଟଣାଗଡ଼ ଉପଖଣ୍ଡ ସଭାପତି ଚନ୍ଦ୍ର ଶବର ଙ୍କ ସଭାପତିତ୍ୱରେ ଏବଂ ଏସ.ଟି/ଏସି. ସି.କର୍ମଚାରୀ ସଂଘର ପାଟଣାଗଡ଼ ଉପଖଣ୍ଡ ସଭାପତି ଖୁସିରାମ ମଲ୍ଲିକ ଙ୍କ ପରିଚାଳନାରେ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା | ଆଦିବାସୀ ସଂଘକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବାକୁ ହେଲେ ଦଳ, ମତ, ନିର୍ବିଶେଷରେ ରାଜନୀତିର ଉର୍ଦ୍ଧରେ ରହି କାମ କରିବାକୁ ଆହ୍ୱାନ ଦେଇଥିଲେ | ଉଭୟ ସରକାରର ଆଦିବାସୀ ମାରଣ…

Read More

ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ଦେଶର ଭବିଷ୍ୟତକୁ ରକ୍ଷା କରିବା ସରକାରଙ୍କ ସଂକଳ୍ପ । ନିଶାମୁକ୍ତି କାର୍ଯ୍ୟକ୍ରମରେ ବିଶେଷକରି ଯୁବପିଢ଼ି ଅଧିକ ଅଂଶଗ୍ରହଣ କରୁଛନ୍ତି। ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି ଏବଂ ଭାରତ । ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ଠାରୁ ଦୂରରେ ରହିବା ପାଇଁ ବିଭିନ୍ନ ଭାଷାରେ ବିଷୟବସ୍ତୁ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସଟି ଜାତୀୟ ହସ୍ତତନ୍ତ ଦିବସ, ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ଏବଂ ବିଭାଜନର ସ୍ମୃତିଚାରଣ ଦିବସ ଯୋଗୁଁ ସ୍ୱତନ୍ତ୍ର। ସ୍ୱାଧୀନତା ଦିବସ…

Read More

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତିସୂଚନାଯୋଗ୍ୟ, ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମାଝୀଙ୍କର ମୃତ୍ୟୁ ହେଇଛି। ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ପରିବହନ, ଅର୍ଥ ଓ ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ…

Read More

BY-ରାଜୀବ କୁମାର ବେହେରା- ଉଦଳା, -: ରାସ୍ତା ସମ୍ପ୍ରସାରଣ କାମ ମଧ୍ୟରେ ଭାରସାମ୍ୟ ହରାଇ ଫସିଲା ବସ, ସମସ୍ତ ଯାତ୍ରୀ ସୁରକ୍ଷିତ l ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦଳାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା “ରାଧୁ” ନାମକ ଏକ ଘରୋଇ ଯାତ୍ରୀବାହୀ ବସ କପ୍ତିପଦା ଦମକଳ କେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଫସି ରହିଥିଲା। ସୂଚନା ଅନୁସାରେ, ଉଦଳା–ଶେରଗଡ଼ ରାସ୍ତାର ସମ୍ପ୍ରସାରଣ କାମ ଚାଲିଥିବାରୁ ବିଭିନ୍ନ ସ୍ଥାନରେ ଗାତ ଖୋଳାଯାଇଥିବା ସହ ମେଟାଲ ପକାଯାଇଛି। ଏହି ସମୟରେ ବସଟିର ଆଗ ଚକ ଗାତ ଓ ମେଟାଲ ମଧ୍ୟରେ ଦବି ଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ସୌଭାଗ୍ୟବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଥିବାରୁ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ଘଟଣା ପରେ…

Read More

ଭଉଣୀ-ଭଣଜାଙ୍କ ସମେତ ୪ ଗୁରୁତର, ବାରିପଦା ପିଆରଏମ୍‌କୁ ସ୍ଥାନାନ୍ତର :: BY_ରାଜୀବ କୁମାର ବେହେରା ଉଦଳା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭଉଣୀଙ୍କୁ ଛାଡ଼ିବାକୁ ଯାଉଥିବା ଭାଇଙ୍କ ମୃତ୍ୟୁ ଳ ଖୁଣ୍ଟା ଅଞ୍ଚଳରେ ଦୁଃଖଦ ହୃଦୟ ବିଦାରକ ଘଟଣା l ଭଉଣୀ ଓ ଭଣଜାଙ୍କୁ ଶାଶୁଘରେ ଛାଡ଼ିବା ପାଇଁ ଯାଉଥିବା ବେଳେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପଛପଟୁ ଆସୁଥିବା ଏକ ବୁଲେଟ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଶିଳଘାଟି ଜଙ୍ଗଲ ନିକଟରେ ଶୁକ୍ରବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଶିଆଳିଆ (ଖ) ଗ୍ରାମର ଚାନ୍ଦୁ ହାଁସଦାଙ୍କ ପୁଅ ରଘୁ ହାଁସଦା (୩୦) ନିଜ ଭଉଣୀ ସୁହାଗୀ ଓ ତାଙ୍କ ୪ ବର୍ଷର ଭଣଜାଙ୍କୁ ବାଇକ୍‌ରେ ନେଇ ବାଲିଗଡ଼ିଆ ଗ୍ରାମସ୍ଥିତ ଭଉଣୀଙ୍କ ଶାଶୁଘରକୁ ଯାଉଥିଲେ।…

Read More

ପୁଣି ଲଘୁଚାପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପୁଣି ଲଘୁଚାପ। ପୁଣି ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହା ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା କିଛି ଦିନ ରାଜ୍ୟରେ…

Read More

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିସ୍ଥାପିତ ପରିବାରଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍‌ ଘୋଷଣା ସହ ଘର ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି । ନୂଆ ଗୋଳାବନ୍ଧରେ ୧୩୭୧ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୫.୬୦ କୋଟି ଟଙ୍କାର ସହାୟତା ଏବଂ ୧୦୦୮ଟି ବାସଗୃହ ପ୍ରଦାନ କରାଯାଇଛି । ଛେଳିଗଡ଼ ପ୍ରକଳ୍ପର ୧୧୨ ବିସ୍ଥାପିତ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା ମିଳିଛି । ଗଞ୍ଜାମ :: ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍‌ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିବା ଜଟିଳ ବିସ୍ଥାପିତ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧,୩୭୧ଟି ବିସ୍ଥାପିତ ପରିବାର…

Read More

ଅନେକ ଗାଁର ଘରେ ଘରେ ଆଣ୍ଠୁଏ ପାଣି। ରୋଷେଇ ଘରଠାରୁ ଶୋଇବା ଘର, ସବୁଠି ବନ୍ୟାଜଳ । ଏଭଳି ସ୍ଥିତିରେ ଦିନ କାଟୁଛନ୍ତି ବନ୍ୟା ବିପନ୍ନ ପରିବାର । ବିଶେଷକରି ଗରିବ ପରିବାରଙ୍କ ଦୁର୍ଦ୍ଦଶା ବଢ଼ିଛି । ବର୍ଷା ପରେ ବନ୍ୟା ଉତ୍ତର ଓଡ଼ିଶାରେ ଲୋକଙ୍କ ଦୁର୍ଦ୍ଦଶାକୁ ଦୁଇଗୁଣିତ କରିଛି । ଯାଜପୁର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ବି ବନ୍ୟା ପାଣି ଜମି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକେ ଦୈନନ୍ଦିନ ଜୀବନ ସହ ସଂଘର୍ଷ କରୁଛନ୍ତି । ଯାଜପୁରରେ ସରୁନି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା । ହେକ୍ଟର ହେକ୍ଟର ଚାଷଜମିରେ ଏବେ ବି ଲହଡ଼ି ଖେଳୁଛି ବନ୍ୟା ପାଣି । ଚାଷୀଙ୍କ ଆଖି ଆଗରେ ଉଜୁଡ଼ି ଯାଇଛି ଫସଲ। ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ହେବା ପରେ ଗାଁ ଭିତରକୁ ପାଣି ପଶି ସ୍ଥିତିକୁ ଅଧିକ ସଙ୍ଗିନ କରିଛି । ଅନେକ…

Read More