ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ର ବୁଡୁଣି ଛକ ନିକଟରେ ଥିବା ଜାତୀୟ ରାଜପଥ ରେ ଭାର ସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ର ମୃତ ଘଟିଛି। । ଏକ ଲୁହା ବୋଝେଇ ଟ୍ରକ୍ ବିଶାଖାପାଟଣା ରୁ ରାଉଲକେଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଛି।ଟ୍ରକ ଡ୍ରାଇଭର ଜଣଙ୍କ ଗାଡି ତଳେ ଚାପି ହୋଇ ରହି ଥିବା ବେଳେ ବିଷମ କଟକ ପୋଲିସ୍ ଓ ଅଗ୍ନିଶ୍ରମ୍ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରକ ଚାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ବିଷମ କଟକ ଓ ମୁନିଗୁଡା ବ୍ଲକର ଦୁଇ ଅଗ୍ନିଶ୍ରାମ କର୍ମଚାରୀ ମାନେ ଗ୍ୟାସ କଟର ସାହାର୍ଯ୍ୟରେ ଟ୍ରକର କେବିନ କାଟିବା ଡ୍ରାଇଭର କୁ ଉଦ୍ଧାର କରିଥିଲେ।ସକାଳୁ ସକାଳୁ…
Author: Charcha News
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ଖେଳାଳି ଙ୍କୁ ପ୍ରୋତ୍ସାହିତ କରିବା ସକାଶେ ସରକାର ବିଭିନ୍ନ ବ୍ଲକରେ ମିନି ଷ୍ଟାଡିୟମ ତିଆରି କରୁଛନ୍ତି।ହେଲେ ସରକାରଙ୍କ ଉଦାସୀନତା ଅଧିକାରୀ ଙ୍କ ମନମୁଖୀ ଲାଗି ବିକାଶ ହୋଇ ପାରୁନି ମିନିଷ୍ଟାଡିୟମ ।ଫଳରେ ଖେଳାଳି ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।ଏମିତି ଏବେ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ।ଏପଟେ ଶନିବାର କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧିକାରୀ ମାନଂକ ସହ ଷ୍ଟାଡିୟମ୍ କୁ ଗ୍ରସ୍ତ କରି ଫେରିବା ପରେ କ୍ରୀଡାବିତ ମାନଙ୍କ ମଧ୍ୟରେ କିଛି ବିକାଶ ର ହେବ ବୋଲି ଆଶା ବାନ୍ଧିଛନ୍ତି।ଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁର ସହରର ମିନି ଷ୍ଟାଡିୟମ।ପ୍ରତିବର୍ଷ ଏଠାରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୋଇଥାଏ।ଏଠାରୁ ବ୍ଲକ ରୁ ଜିଲ୍ଲା ସହ ରାଜ୍ୟ ସ୍ତରୀୟ ଅନେକ ଖେଳାଳି ମାନେ ଯିବା ପାଇଁ ଆଶା ବାନ୍ଧିଥାନ୍ତି।ହେଲେ ଏବେ ଏଇ ଆଶା ମଉଳି ଯାଉଛି।ସହର ୧୯ନମ୍ୱର ର୍ୱାର୍ଡରେ…
ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲା ସ୍ଥିତ ପଲାସି ପଡା ର ବାସିନ୍ଦା ସବିର ଅହମ୍ମଦଙ୍କ ନାମ ଏବେ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ପ୍ରକାଶ ପାଇଛି। ସେ ବର୍ତ୍ତମାନ ଅବୈଧ ନିଶା କାରବାର ଅଭିଯୋଗରେ ଜେଲରେ ଅଛି। ସବିର ଅହମ୍ମଦ ବର୍ତ୍ତମାନ ପ୍ରେସିଡେନ୍ସି ଜେଲରେ ଅଛି। ଜେଲରେ ଥିବା ସମୟରେ ସେ କିପରି ଦେଶ ବିରୋଧୀ କାର୍ଯ୍ୟକଳାପ କରିଥିଲେ ତାହା ଜାଣିବାକୁ କେନ୍ଦ୍ରୀୟ ଗୁଇନ୍ଦାମାନେ ଚେଷ୍ଟା କରୁଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀର ଲାଲକିଲ୍ଲାର ରାସ୍ତାରେ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦାବି କରୁଛନ୍ତି ଯେ ଏହି ବିସ୍ଫୋରଣ ସହିତ ଏକ ଆତଙ୍କବାଦୀ ଲିଙ୍କ ଅଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଶାହିନ ଶାହିଦଙ୍କ ଗିରଫଦାରୀ ପରେ ହିଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ପ୍ରତିନିଧିମାନେ ଆତଙ୍କବାଦୀ ଲିଙ୍କ ବିଷୟରେ ଜାଣିପାରିଲେ। ସେମାନେ ମୁଖ୍ୟତଃ…
ସାମ୍ବାଦିକ ରାଜୀବ କୁମାର ବେହେରା ଉଦଳା: ଦେଶ ବ୍ୟାପୀ ଜାତୀୟ ପ୍ରେସ ଦିବସ ପାଳନ ସହିତ ସମନ୍ୱୟରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହି ଦିବସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗମ୍ଭୀର ଭାବେ ପାଳନ କରାଗଲା। ଏହି କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ, ମୟୂରଭଞ୍ଜ ପକ୍ଷରୁ କରାଯାଇଥିଲା ଏବଂ ସୌଜନ୍ୟ ଥିଲା ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ। ସ୍ଥଳ ଥିଲା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ।ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ବାଦିକମାନେ ଯୋଗଦେଇ ଦିବସକୁ ମହିମାନ୍ୱିତ କରିଥିଲେ। ସଭାରେ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକମାନେ ଜିଲ୍ଲା ଓ କପ୍ତିପଦା ଉପଖଣ୍ଡ ଲୋକ ସୂଚନା ଅଧିକାରୀ ବିକାଶ ରଞ୍ଜନ ବାରିକ ଓ ସରୋଜ ପ୍ରଧାନ। ଏହି ମଞ୍ଚରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଉପସ୍ଥିତ ଥିଲେ…
ସାମ୍ବାଦିକ ରାଜୀବ କୁମାର ବେହେରା ଉଦଳା : କପ୍ତିପଦା ବ୍ଲକ ଅଧିନସ୍ଥ ସରଢିଆ ପଞ୍ଚାୟତର ତେଣ୍ଡା ଗ୍ରାମ ଅଞ୍ଚଳରେ ବସବାସ କରୁଥିବା ୩୩ ଗୋଟି ଆଦିବାସୀ ଜନଜାତି ପରିବାର ବସ ବାସ କରିଆସୁଛନ୍ତି l ସନ୍ଧ୍ୟା ନ ଆସୁଣୁ ଏହିଗ୍ରାମରେ ଅନ୍ଧାର ମାଡିଆସେ l ଶିକ୍ଷlରୁ ଆଜିବି ଏଠାକାର ଲୋକ ମାନେ ସାମାଜିକ ଶ୍ରତ ର ବହୁ ଦୂରରେ, କାରଣ ଏହି ଅଞ୍ଚରେ ବିକାଶ ସ୍ବପ୍ନ ହୋଇ ରହିଛି l ବିଭିନ୍ନ ମୌଳିକ ସୁବିଧାରୁ ଆଜିବି ଏହି ଆଦିମ ଅଧିବାସୀ ମାନେ ସମସ୍ୟା ରେ ଜର୍ଜରିତ ହୋଇ ରହିଛନ୍ତି l ସ୍ୱାଧୀନତାର ୭୯ ତମ ପରେ ମଧ୍ୟ ବିକାଶ ଛୁଇଁ ପାରିନାହିଁ, ବିଦ୍ୟୁତ ସେବା ଏହି ଗ୍ରାମରେ ସାତ ସପନ ହୋଇଛି l ଏପର୍ଯ୍ୟନ୍ତ ବିଦ୍ୟୁତ ସେବାର ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀ । ସମୟ ଗଡି ବା ସହିତ ,ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଗ୍ରାମରେ ଲୋକଙ୍କୁ ସୁସ୍ଥ…
ଉଦଳା – ( ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ବଢିଚାଲିଛି ବେ ଧଡକ ଭାବେ “ଧଳା ଜହର” ର ପ୍ରଭାବ! ଗାଁ ରେ ଲମ୍ବିଛି ଧଳା ଜହର ବ୍ୟାପlରି ଙ୍କ ଭିଡ, ଧଳା ଜହର କବଳରେ ଯୁବ ପିଢ଼ି l ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି, ଏପରିକି ସୋସିଆଲ ମିଡିଆରେ ବିକ୍ରି ହେଉଥିବା ବେପାରୀ ଏବଂ ସ୍ଥାନ ମଧ୍ୟ ଭାଇରlଲ ହୋଇଛି ହେଲେ ପ୍ରଶାସନ ର କିଛି ଭ୍ରଷ୍ଟ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା ଏଠି ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି l ଯୁବପିଢ଼ି ହେଉଛନ୍ତି ପଥଭ୍ରଷ୍ଟ, ଅଭିଭାବକମାନେ ଚିନ୍ତାରେ, ସମାଜ ଆତଙ୍କରେ। କେଵେ ଏହି ଧଳା ଜହର ମାଫିଆ ଙ୍କ ଉପରେ ଉଚ୍ଚ ପଦସ୍ଥଅଧିକାରୀଙ୍କ ପଡିବ ନଜର l ସ୍ଥାନୀୟମାନଙ୍କ କଥା, କାହାର ହେଲେବି ପଡ଼ୁନି ଦୃଷ୍ଟି… ପ୍ରଶାସନ ହେଉଛି ନିଘୋଡ଼ ନିଦରେ। ରାସ୍ତା–ଛକ, ଗଲଳି –ପଡ଼ିଆ, ସ୍କୁଲ–କଲେଜ ନିକଟ ଜଙ୍ଗଲ…
ବଙ୍ଗଳାଦେଶ ରେ ଅବୈଧ ୟୁନୁସ୍ ସରକାରଙ୍କ ଦ୍ୱାରା କରା ଯାଇଥିବା ନିର୍ମମ ନିର୍ଯାତନା, ହତ୍ୟା, ପୋଡ଼ାଜଳା ଏବଂ ଗଣ ଗିରଫଦାରୀର ପ୍ରତିବାଦରେ,ଆଜି ଏବଂ କାଲି ବାଂଲାଦେଶରେ ସମ୍ପୂର୍ଣ୍ଣ ବନ୍ଦ ପାଳନ। ଆୱାମୀ ଲିଗ୍ ସଭାପତି ମୁଜିବଙ୍କ ଝିଅ ଶେଖ୍ ହସିନା ଏହି କାର୍ଯ୍ୟକ୍ରମ ଘୋଷଣା କରିସାରିଛନ୍ତି। ବାଂଲାଦେଶ ଆୱାମୀ ଲିଗ୍ ସାଧାରଣ ସମ୍ପାଦକ ଏବଂ ପୂର୍ବତନ ମନ୍ତ୍ରୀ ଓବାଇଦୁଲ୍ କଦର୍ ଆମକୁ ଦେଇଥିବା ତାଙ୍କ ଭାଷଣରେ ଅବୈଧ ୟୁନୁସ୍ ବାହିନୀ ବିରୁଦ୍ଧରେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ବନ୍ଦକୁ ବାଧା ଦିଆଯାଏ, ତେବେ ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଆୱାମୀ ଲିଗ୍ ନେତା ଏବଂ କର୍ମୀମାନଙ୍କୁ ଅଗ୍ନି ଆତଙ୍କବାଦର ନିୟନ୍ତ୍ରଣରେ ରଖାଯାଇପାରିବ ନାହିଁ। ଓବାଇଦୁଲ୍ କଦର୍ ମୁକ୍ତି ଯୁଦ୍ଧର ଆତ୍ମାରେ ବିଶ୍ୱାସ କରୁଥିବା ସମସ୍ତ ଦେଶପ୍ରେମୀ ଲୋକଙ୍କ ସମେତ ବାଂଲାଦେଶର ସମସ୍ତ ଲୋକଙ୍କୁ ଏକ ସାହସିକ ଆହ୍ୱାନ ଦେଇଛନ୍ତି ଏବଂ କହିଛନ୍ତି ଯେ…
ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)କୋଶଲ କଳା ମଣ୍ଡଳ ପଡ଼ିଆ ବଲାଙ୍ଗୀର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିଵୀର ଜନ ଜାତିର ଜନ ନାୟକ ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି | ସଂଘର ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଡ଼ ନିରଞ୍ଜନ ବିଶି ଯୋଗ ଦେଇଥିଲେ | ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଦୀପ ପ୍ରଜ୍ବଳନ କରିଆଜିର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ମାଧ୍ୟମରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ଝାରଖଣ୍ଡ ରାଜ୍ୟର ରାଞ୍ଚି କୁଳିହାତି ଗ୍ରାମରେ 1875 ମସିହାରେ ଜନ୍ମ ଗ୍ରହଣ କରି ମାତ୍ର 25 ବର୍ଷ ଜୀବନୀ ମଧ୍ୟରେ ନିଜ ଅଞ୍ଚଳରେ,ନିଜ ରାଜ୍ୟରେ, ଦେଶରେ ଇଂରେଜ…
ରାୟଗଡା/ରବିନ୍ଦ୍ରନାଥ ମହାପାତ୍ର:- ରାୟଗଡା ଜିଲ୍ଲା ଗୁଣପୁର ଠାରେ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତି ଉପଲକ୍ଷେ ଗୁଣପୁର ଠାରେ ଏକତା ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଏହି ପଦଯାତ୍ରା କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ।ଗୁଣପୁର ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନୁଆବସ ଷ୍ଟାଣ୍ଡ ହୋଇ ପୁରୁଣା ବସଷ୍ଟାଣ୍ଡ ଗାନ୍ଧିମୁର୍ତ୍ତ ନିକଟକୁ ଯାଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଜଗନ୍ନାଥ ମନ୍ଦିର ପରିସରରେ ଯାତ୍ରା ସମାପ୍ତ ହୋଇଥିଲା।ଏହି ଅବସରରେ ବିଭିନ୍ନ ଛକରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ଅନୁଷ୍ଠିତ ହୋଇଥିଲା।ପରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାଧାରଣସଭାରେ ଯୋଗ ଦେଇଥିଲେ।ପରେ ବିକ୍ରମ ପୁର ଠାରେ ମାଁ ମାନଂକ ବଂଶଧାରା ସୁଭଦ୍ରା ଶକ୍ତି କେଫ ର ଶୁଭ ଉଦ୍ଘାଟନ କରିଥିଲେ।ତେବେ ପଦଯାତ୍ରା ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି,ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲିପ,ପୌର ପରିଷଦ ଅଧକ୍ଷା ମମତା…








