ପ୍ରଶାନ୍ତ ରାଉଳ / କୋଲକତା :- ରାଜ୍ୟ ପଶ୍ଚିମ ବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ସ୍ଥିତ ଗିରଫ ହୋଇଥିବା ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଏମବିବିଏସ ଛାତ୍ର ଜାନିସାର ଆଲମ ଓରଫ ଜିଗର। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଏନଆଇଏ ଦ୍ୱାରା ଉତ୍ତର ଦିନାଜପୁର ଜିଲ୍ଲାର ଡାଲଖୋଲା ଥାନାର କୋନାଲ ଗାଁର ଜଣେ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। ସୂର୍ଯ୍ୟପୁର ହାଇସ୍କୁଲ ସାମ୍ନାରୁ ଏନଆଇଏ ଡାକ୍ତରୀ ଛାତ୍ରଙ୍କୁ ଉଠାଇ ନେଇଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରୀ ଛାତ୍ରଙ୍କ ନାମ ଜାନିସାର ଆଲମ ଓରଫ ଜିଗର। ବହୁ ବର୍ଷ ପୂର୍ବରୁ ଡାକ୍ତରୀ ଛାତ୍ରଙ୍କ ବାପା ଛୋଟ ଥିବା ସମୟରେ ଲୁଧିଆନାକୁ ଚାଲିଯାଇଥିଲେ। ଛାତ୍ରଙ୍କ ବାପା ସେଠାରେ ଜଣେ କ୍ୱାକ୍ ଡାକ୍ତର ଭାବରେ କାମ କରୁଥିଲେ। ପିତା ତୌହିଦ ଆଲମ ତାଙ୍କ ପୁଅ ଜାନିସାର ଆଲମଙ୍କୁ ଡାକ୍ତର ଭାବରେ ତାଲିମ ଦେଇଥିଲେ। ଏହା ପରେ ଜାନିସାର ଆଲମ 2024 ମସିହାରେ ହରିଣାର ଆଲଫା ବିଶ୍ୱବିଦ୍ୟାଳୟରୁ ଏମବିବିଏସ…
Author: Charcha News
ଉଦଳା – (ରାଜୀବ କୁମାର ବେହେରା): ପ୍ରଥମାଷ୍ଟମୀ ଦିନରେ ଅଭାବନୀୟ ଘଟଣା!ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ପରାସବାଡି ଗ୍ରାମରେ ପ୍ରଥମାଷ୍ଟମୀ ଦିନ ଘଟିଛି ଏକ ଅଭାବନୀୟ ଘଟଣା।ଗ୍ରାମର ପ୍ରମିଳା ମହାପାତ୍ର ନାମକ ଗୃହଲକ୍ଷ୍ମୀ, ସ୍ୱାମୀ କାଁହୁଚରଣ ମହାପାତ୍ରଙ୍କ ଘରେ ରୋଷେଇ କରୁଥିବା ବେଳେ ତାଙ୍କ ପିନ୍ଧିଥିବା ଶାଢୀରେ ଅକସ୍ମାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ପ୍ରମିଳା ଭୟଭୀତ ହୋଇ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ, ଫଳରେ ପବନ ପାଇ ଶାଢୀର ନିଆଁ ଆହୁରି ଭୟାବହ ଭାବରେ ଜଳି ଉଠିଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରିଥିଲେ, ହେଲେ ସେତେବେଳେ ତାଙ୍କ ଶରୀରର ପଛ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରମିଳାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପଡ଼ୋଶୀ…
ରାୟଗଡ଼ା: ରବୀନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ କୁରେଶ ଚନ୍ଦ୍ର ଜାନି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ମୃଣ୍ମୟ କୁମାର ପଣ୍ଡା ,ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ,ତହସିଲଦାର ସୁଭାସିସ ଶତପଥୀ,ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ଉପାଧ୍ୟକ୍ଷ ରମେଶ ସହୁ ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ଆଚାର୍ଯ୍ୟ ଯୋଗ ଦେଇଥିଲେ।ପେଡ।ପଦ୍ମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ଵାଗତ ଭାଷଣ ଦେଇ ସମସ୍ତ ଚାଷୀ ଙ୍କୁ ସ୍ଵାଗତ କରିବା ସହ ସରକାର ଙ୍କ ପ୍ରାଣୀ ପାଳନ ଯୋଜନା ସମ୍ବନ୍ଧୀୟ ସୂଚନା ଦେଇଥିଲେ।ସେହିପରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ମୁଖ୍ୟମନ୍ତ୍ରୀ ଙ୍କ କାମଧେନୁ ଯୋଜନା,ଜାତୀୟ ପ୍ରାନିଧନ ମିଶନ,ପ୍ରାଣୀ ସମ୍ପଦ…
ରାୟଗଡ଼ା ଜିଲା ଗୁଣପୁର ବ୍ଲକ ପରିସରରେ ମଙ୍ଗଳବାର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଥିଲା l ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସରକାରଙ୍କ ଯୋଜନା ଭୁକ୍ତ ହୋଇ ଲାଭ ଉଠେଇବା ପାଇଁ ଏହି ମେଳା ର ମୂଖ୍ୟ ଲକ୍ଷ୍ୟ ରହିଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ପରିଷଦ ର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାୟଗଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ମୃଣ୍ମୟ କୁମାର ପଣ୍ଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ ଯୋଗ ଦେଇଥିଲେ l ଗୁଣପୁର ବିଡ଼ିଓ ତଥା ବ୍ଳକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପରିଚାଳନା କମିଟି ଅଧ୍ୟକ୍ଷ…
ନୀଳଗିରି – ( ରାଜୀବ କୁମାର ବେହେରା ) – ନୀଳଗିରି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଅବୈଧ ଗୁଟୁକା ବିକ୍ରୟ ବିରୋଧରେ ଚଢ଼ାଉ ଚାଲିଛି। ମଙ୍ଗଳବାର ଦିନ ନୀଳଗିରି ବଜାର ଓ ପାଖପାଖି ଅଞ୍ଚଳରେ ଅନେକ ପାନ ଦୋକାନରେ ଚଢ଼ାଉ କରାଗଲା।ଏହି ସମୟରେ ବିଭିନ୍ନ ଦୋକାନରୁ ଅଧିକ ପରିମାଣର ଗୁଟୁଖା ଓ ତମାକୁ ଉତ୍ପାଦ ଜବତ କରିଥିଲା ପୋଲିସ ଟିମ। ଅନେକ ଦୋକାନଦାରଙ୍କୁ ସଚେତନ କରାଯାଇଥିଲା ଯେ ଆଗାମୀ ଦିନରେ ଏପରି ବିକ୍ରୟ ହେଲେ ଆଇନ ଅନୁସାରେ କାଡା କାର୍ଯ୍ୟାନୁଷ୍ଠାନ ହେବ। ନୀଳଗିରି ଥାନା ଅଧିକାରୀ କହିଥିଲେ — “ସ୍ୱାସ୍ଥ୍ୟ ନିୟମ ଅନୁଯାୟୀ ଗୁଟୁକା ବିକ୍ରୟ ନିଷିଦ୍ଧ। ଆମେ ନିୟମିତ ଭାବେ ଏପରି ଅଭିଯାନ ଚାଲୁ ରଖିବୁ।” ସ୍ଥାନୀୟ ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରି ଜଣାଇଛନ୍ତି — “ପୋଲିସ ଯେପରି ଏହି ଅଭିଯାନ ଆରମ୍ଭ କରିଛି, ତାହା ଯୁବ ପିଢ଼ି ପାଇଁ ଏକ ସକାରାତ୍ମକ ପଦକ୍ଷେପ।”
ସାମ୍ବାଦିକ ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପୋଲିସ ତରଫରୁ ଆଜି ପଦ୍ମପୁର ଆର ଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅପରାହ୍ନ ୩ଟାରେ ସାଇବର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ଦାସ ଙ୍କ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଡ଼ିଓ କୁରେଶ ଚନ୍ଦ୍ର ଜାନି, ଆଇ ଆଇ ସି ଧରଣୀ ଧର ପ୍ରଧାନ ଜିଲ୍ଲା ସାଇବର ଇନ୍ସପେକ୍ଟର ଅଭିଷେକ ରେଡ୍ଡୀ ଙ୍କ ସହ ୬ଜଣ ଆଇ ଏ ସ ଟ୍ରେନର ମଧ୍ୟ ଉପସ୍ଥିତି ରହି ଥିଲେ। ଏହି ୬ଜଣ ଆଇ ଏ ଏସ ଅଫିସର ଏବଂ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ରେ ବଢୁଥିବା ସାଇବର ଠକେଇ ର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ।ଏହି ସଚେତନତା ସଭା ରେ ସମସ୍ତ କଲେଜ…
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକାତା : ଗତକାଲି ସନ୍ଧ୍ୟାରେ ଭାରତର ରାଜଧାନୀର ପ୍ରାଣକେନ୍ଦ୍ର ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା ବୋମା ବିସ୍ଫୋରଣ ପରେ ପଶ୍ଚିମବଙ୍ଗର ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ଫରାକ୍କା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ, କାରଣ ଫରାକ୍କା ହେଉଛି ଦକ୍ଷିଣବଙ୍ଗ ଏବଂ ଉତ୍ତରବଙ୍ଗର ସଂଯୋଗସ୍ଥଳ, ଏବଂ ବାଂଲାଦେଶ ଏବଂ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ। ତେଣୁ, ଗତକାଲି ରାତିରୁ, ଫରାକ୍କା ରେଳବାଇ ପୋଲିସ ନୂତନ ଫରାକ୍କା ଷ୍ଟେସନ ପ୍ଲାଟଫର୍ମ ସମେତ ଷ୍ଟେସନର ବିଭିନ୍ନ ଅଞ୍ଚଳରେ ନିରନ୍ତର ତଲାସୀ ଚଳାଇଛି। ସମସ୍ତ ଯାତ୍ରୀଙ୍କ ବ୍ୟାଗ ଖୋଜିବା ସହିତ, ରେଳବାଇ ପୋଲିସ ରେଳ ଅଧିକାରୀଙ୍କ ସହିତ ପ୍ଲାଟଫର୍ମରେ ପ୍ରବେଶ କରୁଥିବା ସମସ୍ତ ଟ୍ରେନର ଯାତ୍ରୀଙ୍କ ବ୍ୟାଗ ମଧ୍ୟ ଖୋଜୁଛିନ୍ତି
ରାୟଗଡ଼ା : ରାୟଗଡ଼ା ସୀମାନ୍ତ ପଦ୍ମପୁର ଥାନା ଡୁମ୍ଭୁଲା ପଦର ଛକ ନିକଟରେ ୨୧କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ପୋଲିସ ଆଜି ସୂଚନା ଦେଇଛି। ସୂଚନା ଅନୁସାରେ କୌଣସି ସୂତ୍ର ରୁ ଖବର ପାଇ ପଦ୍ମପୁର ଥାନା କେନ୍ଦୁଗୁଡ଼ା ଫାଣ୍ଡି ପୋଲିସ ର ଏକ ଟିମ୍ ୩୨୬ ନମ୍ୱର୍ ଜାତୀୟ ରାଜପଥର ଡୁମ୍ବୁଲାପଦର ଛକ ନିକଟରେ ଛଡାଉ କରିଥିଲା।ଏହି ସମୟ ରେ ଗଞ୍ଜେଇ ବେପାରୀ ଚୋର ଚାଲାଣ କରିବା କୁ ଗାଡ଼ି କୁ ଅପେକ୍ଷା କରିଥିବା ବେଳେ ପୋଲିସ ମାଡ଼ି ବସି ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲା ଅଡବା ଥାନା ପରମଗୁଡ଼ା ଗ୍ରାମର ରଞ୍ଜନ ନାୟକ ବୋଲି ସୂଚନା ଦେଉଛି । ତା ଠାରୁ ୧ ଟି ମୋବାଇଲ ନଗଦ ୧ ହଜାର ଟଙ୍କା ଜବତ ହୋଇଥିବା ବେଳେ ଥାନା ରେ କେସ ନମ୍ୱର୍ ୧୫୪ରେ…
ନୂଆପଡ଼ା : ନୂଆପଡ଼ାରେ ଏବେ ନିର୍ବାଚନ ତାତି, ହେଲେ ନୂଆପଡ଼ାବାସୀଙ୍କ ମନ କିଏ ଜିତିବ ? କିଏ ଆପଣାର କରିପାରିବ ? କିଏ ସାଜିବ ନୂଆପଡ଼ା ବିକାଶର ସାରଥି ? ଆସନ୍ତୁ ଏହାର ଉତ୍ତର ଖୋଜିବା ଓଡ଼ିଶାରେ କଂଗ୍ରେସ ଶାସନ କଲା ପ୍ରାୟ ୫୦ ବର୍ଷ ଓ ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ବଦଳିଲା ସରକାର । ପୂର୍ବ ସରକାର ମାନଙ୍କରେ ଯେଉଁଠି କୋଣ ଅନୁକୋଣରେ ସରକାରୀ ବ୍ୟବସ୍ଥା ପହଞ୍ଚିପାରୁନଥିଲା ଓ ବିକାଶ କେବଳ କାଗଜରେ ସୀମିତ ରହିଯାଇଥିଲା ସେଇଠି ନୂଆ ସରକାର ବିକାଶର ଧାରାକୁ ନୂଆପଡ଼ାର ପ୍ରତେକ କୋଣରେ ପହଞ୍ଚାଇବାକୁ ଚେଷ୍ଟାରତ । ଯେଉଁଠି ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଷ୍ଟସାଧ୍ୟ ଥିଲା, ଏବେ ମୁଖ୍ୟମନ୍ତ୍ରୀ ନିଜେ ଜନତାଙ୍କ ସହ ବସି ତାଙ୍କ ସମସ୍ୟାର ସମାଧାନ କରୁଛନ୍ତି । ଓଡ଼ିଶାର ଯେଉଁ ଅପହଞ୍ଚ ଇଲାକାକୁ ପୁର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପହଁଚିନଥିଲେ, ଆଜି ସେଇଠି ପହଁଚିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ…







