ରାୟଗଡ଼/ରବିନ୍ଦ୍ର ନାଥ ମହାପାତ୍ର:- ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ସଫଳ ଓ ସର୍ବସମାବେଶୀ କରିବା ଉଦ୍ଦେଶ୍ୟରେ ୧୪୦–ରାୟଗଡ଼ ବିଧାନସଭା ମଣ୍ଡଳୀରେ ଏକ ଭୋଟର ଜନସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସହମତିକ୍ରମେ ଏବଂ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀ ରମେଶ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପ-ଜିଲ୍ଲାପାଳ ତଥା ERO ଶ୍ରୀ ଜେନା ସମସ୍ତ ନାଗରିକଙ୍କୁ ବୁଥ୍ ଲେବୁଲ୍ ଅଫିସର (BLO) ମାନଙ୍କ ଘର ପରିଦର୍ଶନ ସମୟରେ ସହଯୋଗ କରିବା ସହ ନିଜର ଏବଂ ଯୋଗ୍ୟ ପରିବାର ସଦସ୍ୟମାନଙ୍କର ନାମ ଭୋଟର ତାଲିକାରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ନିଶ୍ଚିତ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ନାଗରିକମାନେ ୱେବ୍ସାଇଟ ( https://voters.eci.gov.in )ଏବଂ Voter Helpline App ମାଧ୍ୟମରେ ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ। SIR-୨୦୨୬…
Author: Charcha News
ଉଦଳା: (ରାଜୀବ କୁମାର ବେହେରା) – ଆଜିର ଏହି ଆଧୁନିକ ଯୁଗରେ ଆଜିବି ଏମିତି ଗାଁ ରହିଛି ଟୋପେ ପାଣି ପାଇଁ ବାଜିରେ ଲାଗିଛି ଜୀବନ, ଜଳହିଁ ଜୀବନ, କିନ୍ତୁ ଏଠି ପାଣି ନାହିଁ ପାଣି ପାଇଁ ହା ହା କାର ପଥର ଖୋଲ ରୁ ବହି ଆସୁଥିବା ଝର ଚୁଆ ପାଣି ଶୋଷ ମେଣ୍ଟାଉଛି, ଦୁଃଖ ଆଉ ପରୀତାପର ବିଷୟ ସ୍ଥାନୀୟ ପ୍ରଶାସନ ନିଘୋଡ଼ ନିଦରେ, ଦିନ ପରେ ଦିନ ବିତି ଚାଲିଛି, ସରକାର ପରିବର୍ତ୍ତନ ହୋଇଛି, ହେଲେ ଗ୍ରାମର ପାଣି ଯନ୍ତ୍ରଣା ଆହୁରି ଜଟିଳ ହୋଇଯାଇଛି l କେବେ ଏଥି ପ୍ରତି ଅଧିକାରୀଙ୍କ ନଜର ପଡିବ, କେବେ ସରକାର ଦୁଃଖ ବୁଝିବେ, ଏହା ଏବେ ସାଧାରଣରେ ? ଯେଉଁ ଦେଶ ଚନ୍ଦ୍ରରେ ପହଞ୍ଚିଛି, ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଛି, ସେହି ଦେଶର ଏକ ଗାଁରେ ଆଜି ବି ମଣିଷ ଟୋପେ ପାଣି ପାଇଁ ପାହାଡ଼ ଝରଣା ଉପରେ ନିର୍ଭର…
ଉଦଳା, (ରାଜୀବ କୁମାର ବେହେରା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କେସପଡା ଗାଁରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ସମାଜରେ ପରମ୍ପରା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ଜଣେ ପୁଅ ନିଜ ପିତାଙ୍କ ଶେଷକ୍ରିୟା ସମୟରେ ମଦ୍ୟପାନକୁ ପ୍ରୋତ୍ସାହନ ନ ଦେବା ପାଇଁ ହାଣ୍ଡିଆ ପରିବେଷଣ ନ କରିବାରୁ ତାଙ୍କ ପରିବାର ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, କେସପଡା ଗାଁର ସଙ୍ଗ୍ରାମ ସୋରେନ ତାଙ୍କ ପିତା ରାମ ସୋରେନଙ୍କ ମୃତ୍ୟୁ ପରେ ସମସ୍ତ ପାରମ୍ପରିକ ରୀତିନୀତି ପାଳନ କରି ଶେଷକ୍ରିୟା ସମ୍ପନ୍ନ କରିଥିଲେ। ତେବେ ଭୋଜିରେ ହାଣ୍ଡିଆ ପରିବେଷଣ ନ କରିବାକୁ ନେଇ କିଛି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।ପରିବାରର ଅଭିଯୋଗ ଅନୁଯାୟୀ, ଏହାପରେ ସେମାନଙ୍କୁ ଗାଁର କୂଅ, ପୋଖରୀ ଓ ଟ୍ୟୁବୱେଲରୁ ପାଣି ନେବାକୁ ବାରଣ କରାଯାଇଛି। ଏପରିକି ଦୋକାନରୁ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ଅନ୍ୟ…
ରାୟଗଡା/ ରବିନ୍ଦ୍ର ନାଥ ମହାପାତ୍ର :-ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଏପରି ଚଢାଉ କରାଯାଇଛି । ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରୁଥିବା ବେଳେ ବନ ବିଭାଗର ରେଞ୍ଜରଙ୍କ ସଚ୍ଚିଦାନନ୍ଦ ପରିଡା ଓ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମାଡି ବସିଛି । ଏହି ଘଟଣାରେ ପୁଲିସ କଳାହାଣ୍ଡି ଜିଲ୍ଲାର 3 ଜଣ ଓ ରାୟଗଡା ଜିଲ୍ଲାର 5 ଜଣଙ୍କୁ ଗିରଫ୍ କରିବା ସହ ତିନୋଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୁଲୁଗା ମାଝୀ,ଭରତ ନାଚିକା,ଇଜିରାଓ ବାବୁ,ସୀମାଞ୍ଚଳ ତାଡିଙ୍ଗି,କୌଳାସ ଜାନୀ,ପ୍ରଶାନ୍ତ କାଡ୍ରାକା,ଧରମା ପାଲିକା ଓ ଯିତେନ୍ଦ୍ର ବେନିଆ ବୋଲି ସୂଚନା ମିଳୁଛି । ଗିରଫ୍ ହୋଇଥିବା ଏହି ଅଭିଯୁକ୍ତ ମାନେ ବାଘ ଛାଲକୁ…
ରାୟଗଡ/ରବିନ୍ଦ୍ର ନାଥ ମହାପାତ୍ର:- ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ଜନଜାତି ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୩୮-ଗୁଣୁପୁର ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଅଭିଷେଖ ଦୁଦାଳଙ୍କ ନେତୃତ୍ୱରେ ଗୁଣୁପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଜନଜାତି ଅଧ୍ୟୁଷିତ ରେଜିଙ୍ଗଟାଲ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପ ଜିଲ୍ଲାପାଳ ଗୁଣପୁର ଶ୍ରୀ ଅଭିଷେଖ ଦୁଦାଳ, ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO), ଗୁଣୁପୁର; ବ୍ଲକ ଉନ୍ନୟନ ଅଧିକାରୀ ତଥା AERO, ଗୁଣୁପୁର; ସହକାରୀ ଜିଲ୍ଲାପାଳ ତଥା AERO, ଗୁଣୁପୁର ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପର ତଦାରଖ କରିଥିଲେ। ପରିଦର୍ଶନ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ଶ୍ରୀ ଅଜିତ ସବର ସ୍ଥାନୀୟ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସହ ସେମାନଙ୍କ ମାତୃଭାଷା ସୌରା ଭାଷାରେ ସିଧାସଳଖ ସମ୍ବାଦ କରିଥିଲେ। ସେ SIR କାର୍ଯ୍ୟକ୍ରମର ଉଦ୍ଦେଶ୍ୟ,…
ଡହ ଡହ ଖରାରେ ରନ୍ଧନ ଗ୍ୟାସ ପାଇଁ ଧାରଣା। ତିନି ମାସ ଧରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ମିଳୁନି ସିଲିଣ୍ଡର। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ନହେବାରୁ ଶେଷରେ ଏଜେନ୍ସୀ ସମ୍ମୁଖରେ ତାତିଛନ୍ତି ଶତାଧିକ ଉପଭୋକ୍ତା। ହାତରେ ପାଉଁରୁଟି ଧରି ଏବଂ ତୀବ୍ର ଖରାକୁ ଖାତିର ନକରି ଗ୍ୟାସ ଯୋଗାଣ ଦାବିରେ ଧାରଣାରେ ବସିଛନ୍ତି ମହିଳା ଓ ପୁରୁଷ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ସାନଘାଟିସ୍ଥିତ ମା ଚାମୁଣ୍ଡା ଭାରତ ଗ୍ୟାସ ଏଜେନ୍ସୀ ସମ୍ମୁଖରେ।ଗ୍ୟାସ ବୁକିଂକୁ ବିତି ଯାଇଛି ପ୍ରାୟ ତିନି ମାସ। ହେଲେ ଉପଭୋକ୍ତାଙ୍କ ଘରେ ପହଞ୍ଚିନି ଗୋଟିଏ ବି ସିଲିଣ୍ଡର। ଏହାକୁ ନେଇ ପୁରୁଷୋତ୍ତମପୁର ବ୍ଲକ ଅରଖପୁର ପଞ୍ଚାୟତର ପାଟଣାପଲ୍ଲୀ ଓ ବାବରାପଲ୍ଲୀ ଗ୍ରାମର ଶତାଧିକ ଗ୍ରାହକ ଏଜେନ୍ସୀ ସମ୍ମୁଖରେ ଧାରଣା ଦେଇଛନ୍ତି। ଉପଭୋକ୍ତାଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଏଜେନ୍ସୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ…
ଉମରକୋଟ/ ଶ୍ରୀକାନ୍ତ ନନ୍ଦ:- ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡଙ୍ଗରିଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ମଧ୍ୟରାତ୍ରିରେ ଚଢ଼ାଉ କରିଛି ଉମରକୋଟ ପୁଲିସ। ଏହି ଚଢ଼ାଉ ସମୟରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ନଗଦ ଟଙ୍କା ଏବଂ କିଛି ଗାଡ଼ି ଜବତ କରାଯାଇଛି। ନୂତନ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଡଙ୍ଗରିଗୁଡ଼ା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଥିବା ନେଇ ପୁଲିସକୁ କୌଣସି ସୂତ୍ରରୁ ଗୁପ୍ତ ଖବର ମିଳିଥିଲା। ଏହାପରେ ଜିଲ୍ଲାର ନୂତନ ଏସପିଙ୍କ ନିର୍ଦ୍ଦେଶରେ ଉମରକୋଟ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଜୁଆ ଖେଳୁଥିବା ଲୋକମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ତତ୍ପରତା ଦେଖାଇ ୭ ଜଣଙ୍କୁ କାବୁ କରିବାରେ ସଫଳ…
ରାୟଗଡ/ ରବିନ୍ଦ୍ର ନାଥ ମହାପାତ୍ର:- ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ଜନଜାତି ଅଞ୍ଚଳରେ ଅଧିକ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୧୩୮-ଗୁଣୁପୁର ବିଧାନସଭା କ୍ଷେତ୍ରର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ଗୁଣୁପୁର ଶ୍ରୀ ଅଭିଷେଖ ଦୁଦାଳଙ୍କ ନେତୃତ୍ୱରେ ଗୁଣୁପୁର ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସୌରା ଜନଜାତି ଅଧ୍ୟୁଷିତ ରେଜିଙ୍ଗଟାଲ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପ ଜିଲ୍ଲାପାଳ ଗୁଣପୁର ଶ୍ରୀ ଅଭିଷେଖ ଦୁଦାଳ, ତହସିଲଦାର ତଥା ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO), ଗୁଣୁପୁର; ବ୍ଲକ ଉନ୍ନୟନ ଅଧିକାରୀ ତଥା AERO, ଗୁଣୁପୁର; ସହକାରୀ ଜିଲ୍ଲାପାଳ ତଥା AERO, ଗୁଣୁପୁର ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପର ତଦାରଖ କରିଥିଲେ। ପରିଦର୍ଶନ ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ଶ୍ରୀ ଅଜିତ ସବର ସ୍ଥାନୀୟ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଲୋକଙ୍କ ସହ ସେମାନଙ୍କ ମାତୃଭାଷା ସୌରା ଭାଷାରେ ସିଧାସଳଖ ସମ୍ବାଦ କରିଥିଲେ। ସେ SIR କାର୍ଯ୍ୟକ୍ରମର…
ସୁବର୍ଣ୍ଣପୁର ବନଖଣ୍ଡ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ -୨୦୨୬ ପାଳନ ଅବସରରେ ବୀରମହାରାଜପୁର ଉପଖଣ୍ଡ ଖଜୁରିଆପାଲି ଗ୍ରାମର ସୁନୀତି ଗଡୁଆ “ପ୍ରକୃତି ବନ୍ଧୁ ସମ୍ମାନ ୨୦୨୬” ପୁରସ୍କାର ଜିଲ୍ଲା ସ୍ତରରେ ପାଇଛନ୍ତି l ସୁନୀତି ଜଣେ ପ୍ରକୃତିକୁ ଭଲ ପାଇ ତାର ସୁରକ୍ଷା ଦିଗରେ ସବୁବେଳେ ଉଦ୍ୟମ କରନ୍ତି l ବିଲୁପ୍ତ ଘର ଚଟିଆଙ୍କ ସରଂକ୍ଷଣ, ବନ୍ୟପ୍ରାଣୀ ଓ ପକ୍ଷୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ନିଜ ଛାତ ଉପରେ ମାଟି ପାତ୍ରରେ ପିଇବା ପାଣିର ବ୍ୟବସ୍ଥା,ବନ୍ୟପ୍ରାଣୀ ସରଂକ୍ଷଣ ପାଇଁ ସଚେତନତା, ଜଙ୍ଗଳରେ ଔଷଧୀୟ ବୃକ୍ଷର ସୁରକ୍ଷା, ଜଙ୍ଗଲ ନିଆଁ ନିରାକରଣ କରିବା ଏବଂ ଜନସଚେତନ ଏଭଲି ବିଭିନ୍ନ କାର୍ଯ୍ୟ ରେ ସାମିଲ ରହି ନିଜକୁ ପ୍ରକୃତି ସହିତ ଜୀବନକୁ ଉସର୍ଗିକୃତ କରିଛନ୍ତି l ତାଙ୍କରି କାର୍ଯକ୍ରମକୁ ବନବିଭାଗ ଓ ଜିଲ୍ଲା ପରିବେଶ ସମିତି ଏଭଲି କାର୍ଯ୍ୟପ୍ରଣାଳୀର ଉଚ୍ଚ ପ୍ରଶଂସିତ ମନେକରି “ପ୍ରକୃତି ବନ୍ଧୁ ସମ୍ମାନ ୨୦୨୬”ପାଇଁ ପୁରସ୍କୃତ କରିଛନ୍ତି l








