Author: Charcha News

by-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ ତା: ୭.୪.୨୦୨୬ ::ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ବର୍ଣ୍ଣବୋଧ ଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧିନଗର ଏବଂ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ , ରାୟଗଡ଼ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତି ରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର , ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତରିଆ ଓ ପ୍ରମିଳା ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁବାଟିକା , ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କୁ ଛବିଳ ବର୍ଣ୍ଣବୋଧ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଶିଶୁ ଲେଖା ଗଳ୍ପ ପୁସ୍ତକ ବଣ୍ଟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । ଜିଲ୍ଲାପାଳ ରାୟଗଡଙ୍କ ପତ୍ର ସଂଖ୍ୟା ୯୪୯…

Read More

ଭୁବନେଶ୍ୱର :ତା 7/4/26 : ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲା ରେ ବିକାଶ କାମ ରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ।ତା ସହିତ ପଂଚାୟତ ଓ ପୌରାଞ୍ଚଳ ର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଂକୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକ ଙ୍କୁ ଅବଗତ କରିଥିଲେ। ସେହିପରି ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷ…

Read More

ଶକ୍ତିଶାଳୀ ପଞ୍ଚାୟତ ହେଉଛି ସ୍ଥାୟୀ ବିକାଶର ଆଧାର; କର୍ମଯୋଗୀ ଅଧିକାରୀଙ୍କ ସହାୟତାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପବଦ୍ଧ – ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକବିକଶିତ ପଞ୍ଚାୟତ’ ହ୍ୱାଟସଆପ୍ ଚାଟବଟ୍ ଏବଂ ସ୍ୱତନ୍ତ୍ର ଇ-ଲର୍ନିଂ ମଡ୍ୟୁଲ ଉନ୍ମୋଚିତ ଭୁବନେଶ୍ୱର, ୦୭/୦୪/୨୦୨୬: ସାରା ଦେଶରେ ପାଳିତ ହେଉଥିବା ‘ସାଧନା ସପ୍ତାହ’ (୨-୮ ଏପ୍ରିଲ ୨୦୨୬) ଅଭିଯାନର ଅଂଶସ୍ୱରୂପ ଆଜି ଭୁବନେଶ୍ୱର କୃଷିଭବନଠାରେ “ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” (Reimagining Capacity Building for Grassroots Governance) ଶୀର୍ଷକ ଏକ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି। କ୍ୟାପାସିଟି ବିଲଡିଂ କମିଶନ (ସିବିସି), କର୍ମଚାରୀ ଚୟନ ଓ ପ୍ରଶିକ୍ଷଣ ବିଭାଗ, କର୍ମଯୋଗୀ ଭାରତ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ “ପ୍ରଯୁକ୍ତିବିଦ୍ୟା, ପରମ୍ପରା ଏବଂ ବାସ୍ତବ ପରିଣାମ” ଆଧାରରେ ତୃଣମୂଳ ସ୍ତରର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି…

Read More

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ହାଇଟେକ୍ – ସର୍ଭେ ଏବଂ ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସମାପ୍ତ ହେବ l ଭୁବନେଶ୍ୱର : ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ୍ ସର୍ଭେ ଏବଂ ସେଟେଲମେଣ୍ଟ୍ ପ୍ରକ୍ରିୟା ଇତିମଧ୍ୟରେ ସମାପ୍ତ ହୋଇଥିବା ବେଳେ ଏହି ସବୁ ଗ୍ରାମ ଗୁଡ଼ିକର ପଟ୍ଟା ପ୍ରସ୍ତୁତକରି ଭୂଲେଖରେ ଅପଲୋଡ୍ କରିବା ସହ ଜନସାଧାରଣଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ…

Read More

ଭୁବନେଶ୍ୱ ::ଇଂରେଜ ଶାସନ ଓ ଅତ୍ୟାଚାରୀ ରାଜତନ୍ତ୍ର ବିରୋଧରେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା ଥିଲା। ଏହି ସଂଗ୍ରାମରେ ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଅଦମ୍ୟ ସାହସ ଓ ଅସୀମ ତ୍ୟାଗର ପରିଚୟ ଦେଇ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ବଳିଦାନ ଓ ଦେଶପ୍ରେମ ଆମ ଇତିହାସରେ ସଦା ଚିରସ୍ମରଣୀୟ ହୋଇ ରହିବ ଏବଂ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଆସିବ ବୋଲି ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ–ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ସମାରୋହରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ବରପୁତ୍ରମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂ…

Read More

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି । ବର୍ତ୍ତମାନ ରାଜ୍ୟରେ ଅନେକଗୁଡ଼ିଏ ବୃହତ ପ୍ରକଳ୍ପ ଚାଲୁ ରହିଥିବାବେଳେ ଆଗାମୀ ଦିନରେ ଆହୁରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟର ଜନସାଧାରଣଙ୍କୁ ସର୍ବଶ୍ରେଷ୍ଠ ଓ ଗୁଣାତ୍ମକ ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଲ୍ଲେଖ କରିଛନ୍ତି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ ଚାଲୁ ରହିଥିବା ରାଜ୍ୟ ରାଜପଥ ପ୍ରକଳ୍ପ, ଓବିସିସି ଅଧିନରେ ଥିବା ବିଭିନ୍ନ ପ୍ରକଳ୍ପ, ଭୁବନେଶ୍ୱର, ସମ୍ବଲପୁର, କଟକ, ରାଉରକେଲା, ପୁରୀ, ବାଲେଶ୍ୱର, କେଉଁଝର ଏବଂ ବ୍ରହ୍ମପୁର ଆଦି ସହରରେ ଗମନାଗମନ କ୍ଷେତ୍ରରେ ଭିଡ଼ ହ୍ରାସ ପାଇଁ ଜାରି ପ୍ରକଳ୍ପଗୁଡ଼ିକର ଅଗ୍ରଗତି…

Read More

ରାଜ୍ୟରେ ଖାଉଟୀଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି । ଏହି ଯୋଜନା ମାଧ୍ୟମରେ, ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧିନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ, ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ, ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ବଣ୍ଟନ କରାଯିବା ନିମନ୍ତେ, ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର…

Read More

ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ ୭୩୬ ପିଏମ୍ ଶ୍ରୀ ବିଦ୍ୟାଳୟରେ ଚାଲିବ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ ଭୁବନେଶ୍ବର, ୬ ଏପ୍ରିଲ ୨୦୨୬ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍‌ସିଏଫ୍‌ଇ) ସହ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି । ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକଙ୍କ ଉପସ୍ଥିତିରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଏହାର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ…

Read More

ଭୁବନେଶ୍ୱର, ୪ ଏପ୍ରିଲ ୨୦୨୬: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଓ ପଦଯାତ୍ରା ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଲୋଅର ପିଏମ୍‌ଜି ଠାରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ଓଡ଼ିଆ ଭାଷାର ପ୍ରସାର ପାଇଁ ସଂକଳ୍ପ ନେଇଥିଲେ। ଏହି ସଚେତନତା ପଦଯାତ୍ରାକୁ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ନିଜର ଅଭିଭାଷଣ ରଖି ସେ କହିଥିଲେ ଯେ, ୪ ଏପ୍ରିଲ ରୁ ୭ ଏପ୍ରିଲ…

Read More