ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ସୁଭଦ୍ରା ଅର୍ଥରାଶି ଆସିଛି । ମୋଟ ଉପରେ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଛି । ଓଡିଶା :ରାଜ୍ୟର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିର ଖବର। ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ହୋଇଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ବକେୟା ଅର୍ଥରାଶି ଜମା ହୋଇଛି। ମୋଟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ଏହି ଲାଭ ମିଳିଛି। ସରକାରୀ ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ପ୍ରାୟ ୬୨ କୋଟି ଟଙ୍କା ସିଧାସଳଖ ମହିଳାଙ୍କ ଖାତାକୁ ପ୍ରେରଣ କରାଯାଇଛି। ଏହା ସହିତ ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ଫିଲ୍ଡ ଭେରିଫିକେସନ୍ ଚାଲୁ ରହିଛି ଏବଂ ଏପର୍ଯ୍ୟନ୍ତ ୩…
Author: Charcha News
ଏ କରଡାବାଡି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ନିର୍ବାକ ପଶୁପକ୍ଷୀଙ୍କ ପାଇଁ ସେବା ର ହାତ ବଢ଼ାଇଛନ୍ତି ଏ କରଡାବାଡ଼ି ଗ୍ରାମ ପଞ୍ଚାୟତର ସଚେତନ ନାଗରିକ ଓ ସ୍ଥାନୀୟ ପ୍ରକୃତିପ୍ରେମୀ। ଗ୍ରାମର ବିଭିନ୍ନ ସ୍ଥାନରେ ପଶୁପକ୍ଷୀଙ୍କ ପାଇଁ ଜଳ ସେବା କେନ୍ଦ୍ର ଖୋଲାଯାଇ ସେମାନଙ୍କ ତୃଷା ମେଣ୍ଟାଇବାକୁ ଏକ ଅଭିନବ ପ୍ରୟାସ କରାଯାଇଛି। “ମୂକ ପଶୁପକ୍ଷୀଙ୍କ ସାଥୀ ହୁଅନ୍ତୁ, ସେମାନଙ୍କୁ ଭଲ ପାଆନ୍ତୁ ଓ ଯତ୍ନ ନିଅନ୍ତୁ” – ଏହି ବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।ଗ୍ରୀଷ୍ମର ପ୍ରକୋପରେ ପଶୁପକ୍ଷୀଙ୍କ ସାଥୀ ସାଜିଲେ ପ୍ରକୃତିପ୍ରେମୀ ରିଙ୍କି ଦାସ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ନିର୍ବାକ ପଶୁପକ୍ଷୀଙ୍କ ପାଇଁ ସେବା ର ହାତ ବଢ଼ାଇଛନ୍ତି ଏ କରଡାବାଡ଼ି ଗ୍ରାମ ପଞ୍ଚାୟତର ସଚେତନ…
BY–ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ ତା: ୦୪.୦୫.୨୦୨୬ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତି ଏସ କୁମାର, ବିଭାଗୀୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ ଓହଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ତଥା ସମନ୍ବିତ ଆଦିବାସୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ ଆଜି ମୋଟ ୪୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲା…
ଭୋଟ ଗଣନାକୁ ନେଇ କଡ଼ା ହେଲା ପୁଲିସ କୋଲକାତା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୁଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । BY-SUBHASMITA_DT_4.4.2024 ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଭୋଟ ଗଣନା ଦିନ କୌଣସି ପ୍ରକାରର ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ ଉପରେ ନିଷେଧ ଲଗାଇଛି କୋଲକାତା ପୁଲିସ। ପୁଲିସ ପକ୍ଷରୁ କୁହାଯାଇଛି ଯେ, ଗଣନା ପ୍ରକ୍ରିୟା ସମୟରେ ଶାନ୍ତି, ସୁରକ୍ଷା ଏବଂ ସଦ୍ଭାବନା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୪ ମଇ ଦିନ କୌଣସି ଦଳ କିମ୍ବା ସଂଗଠନକୁ ବିଜୟ ଉତ୍ସବ ପାଳନ ପାଇଁ ଅନୁମତି ମିଳିବ ନାହିଁ। ସମସ୍ତ ରାଜନୈତିକ ଦଳ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ ବୋଲି ପୁଲିସ ସ୍ପଷ୍ଟ କରିଛି। ଯଦି କୌଣସି…
ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଆସାମରେ ବିଜେପି ସରକାର କ୍ଷମତାକୁ ଫେରିବା ସମୟରେ, ମମତା ବାନାର୍ଜୀଙ୍କ ସରକାର ବଙ୍ଗଳାରେ କ୍ଷମତା ହରାଉଥିବା ପରି ମନେ ହେଉଛି BY-SUBHASMITA-DT-4.4.2026 ନୂଆଦିଲ୍ଲୀ :ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ପାଞ୍ଚ ରାଜ୍ୟର ଫଳାଫଳ ମଧ୍ୟରେ ବିଜେପି ଶିବିରରେ ଉତ୍ସାହ |ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରେ ଭାରତୀୟ ଜନତା ପାର୍ଟି ଶିବିରରେ ଉତ୍ସାହର ମାହୋଲ ଦେଖାଦେଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରୁଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ଆସାମରେ ବିଜେପି ପୁଣିଥରେ ସରକାର ଗଠନ ଦିଗରେ ଆଗୁଆ ଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ କଡ଼ା ଟକ୍କର ଦେଖାଯାଉଛି। ଏହି ଫଳାଫଳକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ…
ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି BY-SUBHASMITA-DT-4.4.2026 ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଧାରା ଅନୁସାରେ ରାଜ୍ୟରେ ଟିଭିକେ ସୁନାମି ସୃଷ୍ଟି କରିଛି। ଟିଭିକେ ୧୦୪ ଆସନରେ ଆଗୁଆ ରହିଛି । ସେହିପରି ଏଆଇଏଡିଏମ୍କେ ୬୮ ଟି ଆସନରେ ଏବଂ ଡିଏମ୍କେ ୫୫ ଟି ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ବିଧାନସଭାରେ ୧୧୮ କୁହୁକ ସଂଖ୍ୟା ରହିଛି । ସେପଟେ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ବିଜୟଙ୍କ ଦଳ ଟିଭିକେ ୧୦୦ ଅଙ୍କ ଅତିକ୍ରମ କରି ବହୁମତ ନିକଟତର ହୋଇଛି । ଏଗୁଡ଼ିକ…
ଟିଏମସି ଶିବିରରେ ଛାଇଲା ଚିନ୍ତା କୋଲକତା :ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଏହିମଧ୍ୟରେ ପଶ୍ଚିମବଙ୍ଗର ପ୍ରାରମ୍ଭିକ ଟ୍ରେଣ୍ଡ ରାଜନୈତିକ ମହଳରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ ଆସନରେ ଭୋଟ ଗଣନା ଚାଲିଥିବାବେଳେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ବଡ଼ ଆଗୁଆ ହୋଇଥିବା ଦେଖାଯାଇଛି। ତଥ୍ୟ ଅନୁସାରେ ବିଜେପି ୧୬୦ ଆସନରେ ଆଗୁଆ ଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ୧୧୭ ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ୧୪୮ ଆସନର କୁହୁକ ସଂଖ୍ୟା ଆବଶ୍ୟକ ଥିବାବେଳେ ବିଜେପି ପ୍ରାରମ୍ଭିକ ଗଣନାରେ ଏହି ସୀମାକୁ ଅତିକ୍ରମ କରିଥିବା ଦେଖାଯାଇଛି। ଫଳରେ ଟିଏମସି ଶିବିରରେ ଚିନ୍ତା ବଢ଼ିଥିବାବେଳେ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଛି। ପଶ୍ଚିମବଙ୍ଗର ଏହି ଟ୍ରେଣ୍ଡ ଏବେ ଦେଶର ରାଜନୀତିରେ ବଡ଼ ଚର୍ଚ୍ଚାର…
ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ। ଅଧିକାରୀ ପୁଣି ଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି BY-SUBHASMITA-DT-4.4.2026 ନନ୍ଦୀଗ୍ରାମରୁ ପୁଣି ମଇଦାନରେ ଶୁଭେନ୍ଦୁ, ମମତାଙ୍କୁ ଦେଲେ କଡ଼ା ଚ୍ୟାଲେଞ୍ଜ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ଯେ ଆଗାମୀଦିନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବ। ସେ ପୁଣିଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ସମୟରେ ଶୁଭେନ୍ଦୁ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ପବନ ବହୁଛି ଏବଂ ଏଥର ବିଜେପି ଶାସନକୁ ଆସିବ। ସେ ଆହୁରି ଦାବି କରିଛନ୍ତି ଯେ ଏଥର ବହୁ ସଂଖ୍ୟକ ମୁସଲିମ ଭୋଟର ତୃଣମୂଳ…
BY-SUBHASMITA-DT-4.4.2026 ମେଷ-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ – ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ । ମିଥୁନ-କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ…








