ଭୁବନେଶ୍ୱର ::ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୂତନ ପାଠାଗାରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉଦଘାଟନ କରିଛନ୍ତି l ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ପାଠାଗାରରେ ଥିବା ସମ୍ବିଧାନ ପୁସ୍ତକର କିଛି ପୃଷ୍ଠା ପଢିବା ସହ ପାଠାଗାରର ପ୍ରଥମ ପାଠକ ଭାବେ ରେଜିଷ୍ଟରରେ ମନ୍ତବ୍ୟ ଲେଖିବା ସହ ଦସ୍ତଖତ କରିଥିଲେ l ରାଜସ୍ୱ ବିଭାଗରେ ଏହି ପାଠାଗାର ବିଭାଗୀୟ ଅଧିକାରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଉଭୟ ବ୍ୟକ୍ତିଗତ ଏବଂ ପ୍ରଶାସନିକ ସ୍ତରରେ ଖୁବ୍ ଉପଯୋଗୀ ହେବ ବୋଲି ମାନ୍ଯବର ରାଜସ୍ୱ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ l ଏହି ପାଠାଗାରରେ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ୍ ପାଠାଗାର ସୁବିଧା ଉପଲବ୍ଧ ହେବା ସହ ଓଡିଆ ଭର୍ଚୁଆଲ୍ ଏକାଡେମୀ ମାଧ୍ୟମରେ ବିଭିନ୍ନ ଅନନ୍ଯ ଓଡ଼ିଆ ସାହିତ୍ୟ ପୁସ୍ତକ ଉପଲବ୍ଧ କରାଯାଇଛି l ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଆବଶ୍ୟକୀୟ ସୂଚନା, ପୁସ୍ତକ ତଥା…
Author: Charcha News
ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ପିଲାଙ୍କ ପାଠ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହାତଧରି ଲେଖାଇଲେ ମା’, ‘ବାପା’ ଶତପ୍ରତିଶତ ନାମଲେଖା ପାଇଁ ଚଳିତ ବର୍ଷ ୫ ଲକ୍ଷ ନିମନ୍ତ୍ରଣ ପତ୍ର ଆବଣ୍ଟିତ ଶିଶୁର ମନରେ ଶିକ୍ଷାପ୍ରତି ଭୟ ନୁହଁ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ସେଥିପାଇଁ ପଦକ୍ଷେପ ନେଉଛୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଶିକ୍ଷା ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରନ୍ତୁ : କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ | ଭୁବନେଶ୍ୱର :ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଭୁବନେଶ୍ୱର ରାଜଭବନ ସରକାରୀ…
ଭୁବନେଶ୍ୱର : ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ସାରସ୍ବତ ସାହିତ୍ୟ କୃତି ଓଡିଆ ଭାଷା ଓ ସାହିତ୍ୟ ଜଗତକୁ ୠଦ୍ଧିମନ୍ତ କରିଛି। ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଆଦର୍ଶ। ଆଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ଵଭାବ କବିଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସ୍ଵଭାବ କବିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ…
ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଦମ୍ୟ ସାହସ ଓ ଅପରିମିତ ତ୍ୟାଗର ପରିଚୟ ଦେଇ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ଜୀବନ ବଳିଦାନ କରିଥିବା ଅମର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ତାଙ୍କ ଶ୍ରାଦ୍ଧଦିବସ ଅବସରରେ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା। ତାଙ୍କର ତ୍ୟାଗ ଓ ଦେଶପ୍ରେମ ଆଜି ମଧ୍ୟ ସମାଜକୁ ପ୍ରେରିତ କରୁଥିବାରୁ ତାଙ୍କ ଆଦର୍ଶ ସଦା ପଥପ୍ରଦର୍ଶକ ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଆଜି ସକାଳ ୮.୩୦ ମିନିଟ୍ ସମୟରେ ଭୁବନେଶ୍ୱରର ୟୁନିଟ୍–୯ ସ୍ଥିତ ଅମର ଶହୀଦ ରଘୁ–ଦିବାକରଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ,…
ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି “ଛାନ୍ଦ ଓ ଚମ୍ପୂ”କୁ ନେଇ ଏକ ବିଶେଷ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଛାନ୍ଦ ଓ ଚମ୍ପୂ ହେଉଛି ଓଡ଼ିଆ ସ୍ୱାଭିମାନର ପ୍ରତୀକ। ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ଆମକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଛାନ୍ଦ, ଚମ୍ପୂ, ଚଉତିଶା ଆଦିକୁ ନେଇ ଆମେ ସର୍ବଦା ଗର୍ବିତ ଅନୁଭବ କରିଥାଉ। ତେଣୁ ଆମ ଯୁବ ସଙ୍ଗୀତଜ୍ଞମାନେ ଭବିଷ୍ୟତରେ ଯେପରି ଆମର ଏହି ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ…
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ରାଜୀବ ଲୋଚନ ଦାସ ଓ ଶ୍ରୀ ହରିହର ନାଏକଙ୍କ ବିଜେପିରେ ଯୋଗଦାନ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର :: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି ।…
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ରାଜୀବ ଲୋଚନ ଦାସ ଓ ଶ୍ରୀ ହରିହର ନାଏକଙ୍କ ବିଜେପିରେ ଯୋଗଦାନ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର :: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଏନେଇ ବିଜେପି ସରକାର ଉପରେ ଲୋକଙ୍କ ବିଶ୍ୱାସନୀୟତା ଦିନକୁ ଦିନ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି ।…
ବିଜେପିର ଐତିହାସିକ ବିକାଶ ଯାତ୍ରାକୁ ନେଇ ପ୍ରଦର୍ଶନୀ ଅନୁଷ୍ଠିତ ବିଶିଷ୍ଟ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ୪ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଭୁବନେଶ୍ୱର,ସମାଜର ଅନ୍ତିମ ଧାଡିରେ ଠିଆ ହୋଇଥିବା ବ୍ୟକ୍ତିର ଉତ୍ଥାନ ପାଇଁ ତାଙ୍କ ପାଖରେ ବିକାଶ ଓ ସୁବିଧା ପହଂଚାଇବା ଆମର ଲକ୍ଷ୍ୟ” ବୋଲି ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀ କହିଛନ୍ତି । “ଉଠ ମୋର ଦେଶବାସୀ, ନ୍ୟାୟ ଏବଂ ରାଷ୍ଟ୍ରର ଐତିହ୍ୟର ସୁରକ୍ଷା ପାଇଁ ଉଠ” ବୋଲି ପ୍ରତିଷ୍ଟାତା ସଭାପତି ଡା.ଶ୍ୟାମାପ୍ରସାଦ ମୁଖାର୍ଜୀ କହିଛନ୍ତି । “ମୋ ଜୀବନର ସବୁଠାରୁ ବଡ ସମ୍ମାନ ଏହା କି ଯେ କି ମୁଁ ବିଜେପିର ଜଣେ କାର୍ଯ୍ୟକର୍ତ୍ତା; କାର୍ଯ୍ୟକର୍ତ୍ତା ହିଁ ସଂଗଠନର ପ୍ରାଣ ଶକ୍ତି ଅଟନ୍ତ”ି ବୋଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ କହିଛନ୍ତି । “ଏକ ମଜବୁତ ରାଷ୍ଟ୍ର ପାଇଁ ପ୍ରତ୍ୟେକ ନାଗରିକର ଚରିତ୍ର ମଜବୁତ ହେବା ଆବଶ୍ୟକ” ବୋଲି କେନ୍ଦ୍ର ଗୃହ…
ବିଏମ୍ ସି ସହ ଚୁକ୍ତି ସ୍ୱାକ୍ଷର କଲା ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ସହରରୁ କମିବ ବର୍ଜ୍ୟ ଭାର ଭୁବନେଶ୍ୱର ; ବର୍ଜ୍ୟରୁ ଉର୍ଜା ଏବଂ ବର୍ଜ୍ୟର ପୁନଃଚକ୍ରଣ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଗଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ଓଦା ବର୍ଜ୍ୟରୁ ଉତ୍ପାଦନ ହେବ ସିଏନ୍ ଜି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ବାହାରୁଥିବା ଓଦା, ଶୁଖିଲା, ଇଲେକ୍ଟ୍ରୋନିକ୍ସ ଓ ବିପଦପୂର୍ଣ୍ଣ ବର୍ଜ୍ୟର ପ୍ରକ୍ରିୟାକରଣକୁ ଉନ୍ନତମାନର ବୈଜ୍ଞାନିକ ପଦ୍ଧତିରେ କରାଇବା ପାଇଁ ପଦକ୍ଷେପ ଜାରି ରହିଛି । ଓଦା ବର୍ଜ୍ୟରୁ ସିଏନ୍ ଜି ପ୍ରସ୍ତୁତ କରିବାକୁ ଯାଉଥିବା ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ବିଏମ୍ ସି । ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ…








